ସୁଇସାଇଡ୍ ନୋଟ୍ରେ ଚିଦାମ୍ବରମଙ୍କ ନାଁ ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା କର୍ମଚାରୀ
ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୫୫ ବର୍ଷୀୟ ପୂର୍ବତନ ବାୟୁସେନା କର୍ମଚାରୀ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଥିବା ବେଳେ ରବିବାର ଆତ୍ମହତ୍ୟା କରିଥିବା ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତକ ବିଜନ ଦାସ ତାଙ୍କ ୪ ପୃଷ୍ଠାର ସୁଇସାଇଡ୍ ନୋଟରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଦେଶର ଆର୍ଥିକ ଦୂରବସ୍ଥା ପାଇଁ ଚିଦାମ୍ବରମ ଦାୟୀ । ଏହାସହ ସେ ତାଙ୍କ ଗାୟକ ପୁଅ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଛନ୍ତି । ଆଉ ତାଙ୍କ ମୃତଦେହକୁ ପ୍ରୟାଗରାଜରେ ହିଁ ସଂସ୍କାର କରିବାକୁ ଲେଖିଛନ୍ତି । ଆସାମ ବାସିନ୍ଦା ବିଜନ କୌଣସି କାମରେ ପ୍ରୟାଗରାଜ ଆସିଥିବା ବେଳେ ସେଠାରେ ରହୁଥିବା ହୋଟେଲରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।


