ସୁଧୀର ପଟ୍ଟନାୟକଙ୍କ ବିୟୋଗରେ ରମ୍ଭାବାସୀ ଅଭିଭୂତ

ରମ୍ଭା /ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରର ଖ୍ୟାତନାମା ଶିକ୍ଷ୍ୟାବିଦ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର ଚନ୍ଦ୍ର ପଟ୍ଟନାୟକଙ୍କର କରୋନା ଜନିତ ରୋଗ ଚିକିଶ୍ଚିତ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲ ରେ ଗତକାଲି ମୃତ୍ୟୁ ଘଟିଛି. ସ୍ବର୍ଗତ ପଟ୍ଟନାୟକ ଗତକିଛିଦିନ ତଳେ କୀଡୀନି ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲରେ ଡ଼ାଇଲିସିସ କରିଆସୁଥିଲେ. ଗତ ୨୦ତାରିଖ ଦିନ ସ୍ବର୍ଗତ ପଟ୍ଟନାୟକଙ୍କର ୭୩ ତମ ଜନ୍ମଦିନ ପାଳନ ପରେ ହଠାତ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର କୋଭିଡି ପଜିଟିଭ ଥିବାର ଜଣା ପଡିଥିଲା. ସେ ନିଜ ପୁତ୍ର ପାଖରେ ରହିଁ ଆସୁଥିବାରୁ ଉଭୟ ପୁଅ ଓ ବୋହୁ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣା ପଡିବାରୁ ସମସ୍ତେ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ. ଗତକାଲି ସକାଳ ୫ ଘଣ୍ଟା ସମୟରେ ସୁଧୀର ପଟ୍ଟନାୟକଙ୍କର ସମ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା. ଗୋଟିଏ ଛାତ ତଳେ ପୁଅ, ବୋହୁ ରହୁ ଥିବାରୁ ଏବଂ ବାପାଙ୍କର ପ୍ରତିଟି ମୁହୂର୍ତର ଖବର ଭିଡ଼ିଓ ମାଧ୍ୟମରେ ରଖୁଥିବା ପୁଅ ବାପାଙ୍କ ମୃତ୍ୟୁ ଖବର ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ପାଇବା ପରେ ବିଜୁଳି ବେଗରେ ନିଜ ଜନ୍ମମାଟିରେ ପହଂଚି ଯାଇଥିଲା. ମଣିଷ ଗଢ଼ା କାରଖାନାର ମେସିନଟି ବୈଶ୍ଵିକ ମହାମାରୀ କରୋନା ଜନିତ ସଂକ୍ରମଣରେ ଅଚଳ ଏବଂ ପରେ ପରେ ନିରବିଯିବାକୁ ନିଜର ଶହ ଶହ ଛାତ୍ର, ଅନୁଗାମୀ, ବନ୍ଧୁ ପରିଜନ କେହିବି ବିଶ୍ୱାସକୁ ହଠାତ ନେଇପାରିନଥିଲେ. ସୋସିଆଲ ମିଡ଼ିଆ ହ୍ଵାଟ୍ସଆପ ଓ ଫେସବୁକ ମାଧ୍ୟମରେ ସ୍ବର୍ଗତ ପଟ୍ଟନାୟକଙ୍କ ବିୟୋଗ ଜନିତ ଶୋକରେ ରମ୍ଭା ବାସୀ ଅତ୍ୟନ୍ତ ମର୍ମାହତ ହୋଇ ତାଙ୍କ ଆମର ଆତ୍ମାର ସଦଗତି କାମନା କରିଛନ୍ତି. ସେ ଏକ ଧାରରେ ଜଣେ ପ୍ରାବନ୍ଧିକ, , କବି, ସମାଲୋଚକ, ସଙ୍ଗୀତଜ୍ଞ, ବାଦ୍ୟକାର, ଚାରୁ ଓ କରୁ କଳାକାର, ମଞ୍ଚ ଅଭିନେତା ଓ ନିର୍ଦେଶକ, ସମାଜସେବୀ, ଆଧ୍ୟାତ୍ମିକ, ବନ୍ଧୁ ବତ୍ସଳ, ପରୋପକାରୀ, ସାଧୁ ପ୍ରତିମ, ମିଷ୍ଟଭାଷୀ, ମେଳାପୀ, ସଚୋଟ ଓ ଦରଦୀ ବ୍ୟକ୍ତି ଭାବେ ଅଂଚଳରେ ପରିଚିତ ଥିଲେ. ଐତିହ୍ୟ ସହର ରମ୍ଭାରେ ଜଣେ ବିରଳ ପ୍ରତିଭାବାନ, ଶରୀର ଦାତା ଦଧୀଚି ସମ୍ବଦ୍ଧିତ ସ୍ୱାଭିମାନୀ ଓଡ଼ିଆ ଭାବେ ନିଜକୁ ଗର୍ବ କରୁଥିଲେ. ଓଡ଼ିଆ ଭାଷା ଭିତିରେ ଆମର ରାଜ୍ୟ ଗଠନର ମୂଳଦୁଆ ରମ୍ଭାରେ ପଡି ଥିବାରୁ ଉତ୍କଳ ସମ୍ମିଳନୀର ସମସ୍ତ ବରପୁତ୍ର ମାନଙ୍କର ଏକ ସ୍ମୃତି ମଣ୍ଡପ ତିଆରି ପାଇଁ ସେ ଆପ୍ରାଣ ଚେଷ୍ଟା ଜାରି ରଖିଥିଲେ. ତାଙ୍କର ବିୟୋଗ ରମ୍ଭା ସହର ସଂକୃତିକ ପ୍ରଗତିର ଅନ୍ତରାୟ ହେଲେହେଁ ତାଙ୍କର ଅନୁଗାମୀ, ବନ୍ଧୁ ସବପରି ରମ୍ଭାବାସି ତାଙ୍କୁ ସବୁଦିନ ମନେ ରଖିବେ. ସେ ଅନନ୍ତ ଆକାଶରେ ଦିପ୍ତିମନ୍ତ ଆଲୋକ ଶିଖାଟିଏ ହୋଇ ରମ୍ଭା ବାସୀଙ୍କୁ ନିଶ୍ଚୟ ପୂର୍ବ ଐତିହ୍ୟ ମନେପକାଇବେ. ସ୍ବର୍ଗତ ପଟନାୟକଙ୍କ ପତ୍ନୀ ସାରଦା ପଟ୍ଟନାୟକ, ପୁଅ ଭଗବତୀ ପ୍ରସାଦ ପାଞ୍ଚ ଝିଅ ଚନ୍ଦ୍ରିକା, ସାଗରୀକା, ଲିପିକା, ଚିନ୍ମୟୀ, ଦୀପିକା ଓ ବୋହୁ କୁ ଠାକୁରେ ଏ ଅସମୟରେ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ. ଏହା ହିଁ କାମନା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ