ଗଞ୍ଜାମ ବ୍ଳକ ରେ କରୋନା ସ୍ଥିତି ସମୀକ୍ଷା କଲେ ଗଞ୍ଜମ ଜିଲ୍ଲାପାଳ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଳକ କାର୍ଯ୍ୟାଳୟ ପରିସରରେ କରୋନା ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରି ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗେ । ରୋଗୀ ଚିହ୍ନଟକରିବା,ସେମାନଙ୍କ ମିଳାମିଶା ସହ ଯାତାୟାତ ବିବରଣୀ ପରଖିବା ,ପରୀକ୍ଷା କରିବା, ଓ ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେବା ସହ ପ୍ରତି ପାଞ୍ଚୟତ , ଏନଏସି ରେ କୋଭିଡ଼ି କେୟାର ହୋମ ଯଥାଶୀଘ୍ର ଖୋଲିବା ଲାଗି ପଦେକ୍ଷପ ନେବା, କ୍ବାରାଣ୍ଟାଇନ ସେଣ୍ଟରୁ ଘରକୁ ଫେରୁଥିବା ପ୍ରବାସୀଙ୍କୁ ମନରୋଗା ଯୋଜନାରେ କାମ ଯୋଗାଇବା , ସରକାରଙ୍କ ଘୋଷଣା ମୁତାବକ ଦୁଇ ହଜାର ଟଙ୍କା ଯଥାଶୀଘ୍ର ପ୍ରଦାନ କରିବା ,ଏନଏସି ର ଉନ୍ନତି ମୁଳକ କାର୍ଯ୍ୟକ୍ରମ କୁ ତ୍ବରାନିତ ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକୁ ଯଥାଶୀଘ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ମାସ୍କ ପିନ୍ଧିବା ଓ ସମଦୁରତା ବାଜ଼ାଇରଖିବା ଓ ଗ୍ରାମଞ୍ଚଳ ବାସିନ୍ଦା ସହରାଞ୍ଚଳକୁ ଦୁଇ ସପ୍ତାହ ପାଇଁ ଅନାବଶ୍ୟକ ପ୍ରଵେଶ ନକରିପାରନ୍ତି ସେନେଇ ଗୁରୁତ୍ୱ ଆରୋପ କରିଥିଲେ । ଗଞ୍ଜାମ ବ୍ଳକରେ ପ୍ରଥମ ପର୍ଯ୍ୟାୟରେ ଫେରିଥିବା ୩୬୭୯ ପ୍ରବାସିଙ୍କ ମଧ୍ୟରୁ ୩୧୬୦ ଜଣଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ବେଳେ , କ୍ବାରାଣ୍ଟାଇନ ଫେରନ୍ତା ପ୍ରବାସୀ ୬୭୦ଜଣଙ୍କୁ ମନରୋଗା ଯୋଜନାରେ କାର୍ଯ୍ୟ ଦିଆଯାଇଥିବା ଜଣାପଡିଛି । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି , ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ଗଞ୍ଜମ ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୂକଲ୍ୟାଣ ଦାସ , ସିଡିପିଓ ସଲୀଳା ପ୍ରଧାନ, ଗଂଜାମ ବିଇଓ ସୁବାଷ ଚନ୍ଦ୍ର ଘଡେଇ, ଗଂଜାମ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରିୟଦର୍ଶନୀ ରାଉତରାଏ, ଆୟୁଷ ଡାକ୍ତର ବନଜକାନ୍ତ କର, , ପ୍ରମୁଖ ଯୋଗ ଦେଇଥିଲେ ।


