ସୁରତରୁ ଆସିବାକୁ ଥିବା ଟ୍ରେନଗୁଡିକୁ ବାତିଲ୍‌ କରାଗଲା

ସୁରତ: ସୁରତରୁ ଓଡ଼ିଶାକୁ ଆସିଥିବା ତିନୋଟି ଟ୍ରେନ୍‌ ବାତିଲ୍‌ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍‌ ବାତିଲ୍‌ କରାଯାଇଛି । ଆସନ୍ତାକାଲି ଆସିବାକୁ ଥିବା ମଧ୍ୟ ଟ୍ରେନ୍‌କୁ ବାତିଲ୍‌ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ୍‌ ।
ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍‌ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସୁରତରୁ ଆସିବାକୁ ଥିବା ଟ୍ରେନ୍‌ଗୁଡିକୁ ବାତିଲ୍‌ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ