ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ
ଭୁବନେଶ୍ୱର, ପ୍ରାକୃତିକ ଦୁର୍ବିପାକ ସମୟରେ ସର୍ବଦା ବିପନ୍ନଙ୍କୁ ସହାୟତା ଯୋଗାଇ ଆସୁଥିବା ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ଫନି ପ୍ରଭାବିତ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଡଃ ବିିପିନ ବିହାରୀ ମିଶ୍ର ସଚିବାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ଗତ ସପ୍ତାହରେ ଫନି ପ୍ରଭାବିତ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠାନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା ।


