ସୂର୍ଯ୍ୟ, ଚନ୍ଦ୍ରମା ଏବଂ ସତ୍ୟ ଲୁଚି ରହିପାରିବ ନାହିଁ: ରାହୁଲ

ନୂଆଦିଲ୍ଲୀ: ରବିବାର ଗୁରୁପୂର୍ଣ୍ଣିମା ଅବସରରେ ମଧ୍ୟ ରାହୁଲଙ୍କ ଏକ ଟ୍ୱିଟକୁ ନେଇ ଚର୍ଚ୍ଚା ହୋଇଛି। ନିଜ ଟ୍ୱିଟରେ ଗୁରୁପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ଗୌତମ ବୁଦ୍ଧଙ୍କ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ତିନୋଟି ଜିନିଷ, ଯାହା ଅଧିକ ଦିନ ଯାଏ ଲୁଚି ରହିପାରିବ ନାହିଁ- ସୂର୍ଯ୍ୟ, ଚନ୍ଦ୍ରମା ଏବଂ ସତ୍ୟ।” ରାହୁଲଙ୍କ ଏହି ଟ୍ୱିଟଟି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି। କାରଣ ଏଲଏସିରେ ଚୀନ ସହ ତିକ୍ତତା ପରିସ୍ଥିତିକୁ ନେଇ ଲଗାତର ରାହୁଲ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି। ଏନେଇ ଶୁକ୍ରବାର ସେ କହିଥିଲେ ଯେ, “ଲଦାଖୀ କହୁଛନ୍ତି ଯେ ଚୀନ ଆମ ଜମି ନେଇଗଲା, ପ୍ରଧାନମନ୍ତ୍ରୀ କହୁଛନ୍ତି କେହି ବି ଆମ ଜମି ନେଇନାହାନ୍ତି। କେହି ତ ଜଣେ ସିଧା ସିଧା ମିଛ କହୁଛି…” ଶୁକ୍ରବାର ଏଭଳି ମନ୍ତବ୍ୟ ଦେବା ପରେ ଆଜି ଗୁରୁପୂର୍ଣ୍ଣିମା ଅବସରରେ ରାହୁଲ ଏଭଳି ଟ୍ୱିଟ୍ କରିଛନ୍ତି। ସୂଚନା ଥାଉ କି କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ସେ କରୋନା ସଂକ୍ରମଣ ସ୍ଥିତି ମୁକାବିଲା ପ୍ରସଙ୍ଗ ହେଉ ବା ଲଦାଖ ପ୍ରସଙ୍ଗ ହେଉ। ପ୍ରତ୍ୟେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧି କଡ଼ା ସମାଲୋଚନା କରିବା ସହ ପ୍ରଶ୍ନ ପଚାରିବା ନେଇ ଅବହେଳା କରନ୍ତି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ