ସେନା ଗୁଳିରେ ୪ ଆତଙ୍କୀ ସଫା

ଗୁଇନ୍ଦ ରିପୋର୍ଟକୁ ଆଧାର କରି ଆତଙ୍କବାଦୀ ମାନଙ୍କୁ ବିନାଶ କରିବା ନିମନ୍ତେ ସୁରକ୍ଷାକର୍ମୀ ଜାମ୍ମୁ- କାଶ୍ମୀରର ସୋପିଆନରେ ଅପରେସନ ଆରମ୍ଭ କରିଥଲ । ଅପରେସନରେ ଭାରତୀୟ ସେନା ଙ୍କୁ ମିଳିଛି ସଫଳତା । ସୂଚନାନୁଯାୟୀ ଜାମ୍ମୁ- କାଶ୍ମୀରର ସୋପିଆନରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ଯବାନ ମାନଙ୍କ ତରଫରୁ ସର୍ଚ୍ଚ ଅପରେସନ ଜାରୀ ରହିଥିଲା । ଏହି ଅପରେସନରେ ଆତଙ୍କମାନଙ୍କୁ ସେନା ଯବାନ ମାନେ ଘେରିଥିଲେ । ଏହା ଦେଖିବା ପ୍ରାଣବିକଳରେ ଆତଙ୍କବାଦୀ ମାନେ ଯବାନ ମାନଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ । ସେନା ତରଫରୁ ଆତଙ୍କବାଦୀ ମାନଙ୍କୁ ପାଲଟା ଯବାବ ଦିଆଯାଇଥିଲା । ସେନା ଗୁଳିରେ ପ୍ରଥମେ ୨ ଆତଙ୍କୀ ନିପାତ ହୋଇଥିବା ବେଳେ ପୁଣି ଯବାନ ମାନେ ପ୍ରବଳ ଗୁଳିମାଡ କରିଥିଲେ । ଶେଷରେ ପୁଣୀ ସେନା ଗୁଳିରେ ୨ ଆତଙ୍କୀ ନିପାତ ହୋଇଥିଲେ । ମୃତ ଆତଙ୍କୀ ମାନଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଆହୁରୀ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି । ସୁରକ୍ଷାକର୍ମୀ ତରଫରୁ ଅପରେସନ ଜାରୀ ରହିଛି । ସେନା ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ସମସ୍ତ ଶାନ୍ତି ଶୃଙ୍ଖଳାକୁ ଆଖି ନଜରରେ ସେହି ଅଂଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ