ସୋମପୁର ମହାବିହାର

କେବଳ ଭାରତବର୍ଷ ନୁହେଁ, ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ବୌଦ୍ଧ ବିହାରମାନ ଦେଖିବାକୁ ମିଳେ । ସେହିପରି ବାଲାଂଦେଶ ଅନ୍ତର୍ଗତ ନବଗାଁଓ ଜିଲ୍ଲାର ବାଦଲଗାଛୀ ନିକଟସ୍ଥ ପାହାଡ଼ପୁରରେ ଏକ ପ୍ରାଚୀନ ବୌଦ୍ଧ ବିହାରର ଧ୍ୱଂସାବଶେଷ ଦେଖିବାକୁ ମିଳିଛି । ଏହାର ନାମ ରହିଛି ସୋମପୁର ମହାବିହାର । ଅଷ୍ଟମ ଶତାବ୍ଦୀରେ ପାଲବଂଶଜ ଦ୍ୱିତୀୟ ରାଜା ଧର୍ମପାଲ ଦେବଙ୍କ ଶାସନ କାଳରେ ଏହି ବିହାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସପ୍ତମ ଶତାବ୍ଦୀ ପରେ ଅବିଭାଜିତ ବଙ୍ଗରେ ମହାୟନ ବୌଦ୍ଧ ଧର୍ମର ବ୍ୟାପକ ପ୍ରସାରଣ ହୋଇଥିଲା । ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସୋମପୁର ମହାବିହାର ଜ୍ଞାନ ଆହରଣର ଏକ ପ୍ରସିଦ୍ଧ ବୌଦ୍ଧିକ କେନ୍ଦ୍ର ଥିଲା । ଏହା ଏକ ସର୍ବ-ଧର୍ମ-ସମନ୍ୱୟ ସ୍ଥଳୀ ଥିଲା । ହିନ୍ଦୁ ଓ ଜୈନମାନେ ମଧ୍ୟ ଏଠାରେ ସମବେତ ହୋଇ ଜ୍ଞାନ-ଚର୍ଚ୍ଚା କରୁଥିଲେ । ଏହା ସତେଇଶ ଏକର୍ ଭୂମି ଉପରେ ଗଢ଼ାଯାଇଥିଲା । ଏଠାରେ ଥିଲା ଅନେକ ମନ୍ଦିର, ସ୍ତୂପ, ମଠ ଓ ଅତିଥିଶାଳା । ଦେଶ-ବିଦେଶରୁ ବୌଦ୍ଧ ଭିକ୍ଷୁମାନେ ଏହି ମହାବିହାର ଭ୍ରମଣରେ ଆସୁଥିଲେ । ଦ୍ୱାଦଶ ଶତାବ୍ଦୀ ପରେ ଏହାର ପତନ ଆରମ୍ଭ ହୋଇଥିଲା । ମୁସଲମାନ ଆକ୍ରମଣ ଯୋଗୁଁ ଭିକ୍ଷୁମାନେ ମହାବିହାର ଛାଡ଼ିବା
କାରଣରୁ ଏହା କାଳକ୍ରମେ ପରିତ୍ୟକ୍ତ ହୋଇଯାଇଥିଲା । ୧୯୮୫ରେ ଏହା ବିଶ୍ୱ ଐତିହ୍ୟ ଘୋଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ