ରିଲିଜ୍ ଅପେକ୍ଷାରେ “ଗୁଡ୍ ନ୍ୟୁଜ’
ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ “ଗୁଡ୍ ନ୍ୟୁଜ’ର ଟ୍ରେଲର୍ ସୋମବାର ରିଲିଜ୍ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ଅକ୍ଷୟ ଲେଖିଛନ୍ତି, ଆଗକୁ ଡବଲ ସମସ୍ୟା । ତେବେ କି ସମସ୍ୟା ରହିଛି ତାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ କରିନା କପୁର ଖାଁ ଓ ଅକ୍ଷୟ କୁମାର ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କରନ ଜୋହର । ଆସନ୍ତା ଡିସେମ୍ବର ୨୭ରେ ଏହା ପରଦାକୁ ଆସିବ ବୋଲି କୁହାଯାଉଛି । ଆଗରୁ ଅକ୍ଷୟ-କରିନାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଏଥର ମଧ୍ୟ ପସନ୍ଦ କରିବେ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି । ଦୀର୍ଘ ୯ ବର୍ଷ ପରେ ପୁଣିଥରେ ଏହି ଯୋଡି ଫେରୁଥିବାରୁ ଦର୍ଶକେ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏମାନଙ୍କ ବ୍ୟତୀତ “ଗୁଡ୍ ନ୍ୟୁଜ’ରେ ଦିଲଜିତ ଦାସାଂଝ, କିଆରା ଆଡଭାନି ଓ ଜିମି ସେରଗିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।


