ଟେନ୍‌ସନ୍ ହେଲେ ଫ୍ଲାଇଟରେ ବୁଲନ୍ତି ଅଦା ଖାଁ

ବଲିଉଡ୍ ଅଭିନେତ୍ରୀ ତଥା ନାଗିନ୍ ଫେମ୍ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ । ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ । ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ କାଟିବାକୁ ପସନ୍ଦ କରନ୍ତି । ଏମିତି ଲୋକଙ୍କ ସହ ସମୟ କାଟିବାକୁ ଚାହାନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହନ୍ତି । ସେ କୁହନ୍ତି, ମୁଁ ମୋ ନିଜ ସହ ସମୟ କାଟିବାକୁ ବେଶୀ ପସନ୍ଦ କରେ । କେବେ କେବେ ବହି ପଢ଼ିବାକୁ ଖୁବ୍ ଭଲପାଏ । ଏକା ଏକା ବୁଲିବାକୁ ବି ପସନ୍ଦ କରିଥାନ୍ତି । ଯେତେବେଳେ ଅଧିକ ଟେନସନ ଲାଗେ ସେ ଫ୍ଲାଇଟ୍ ବୁକ୍ କରି କୁଆଡ଼େ ନା କୁଆଡ଼େ ବୁଲିବାକୁ ଚାଲିଯା’ନ୍ତି । ନିଜ ଘର ପ୍ରତି ଖୁବ୍ ଧ୍ୟାନ ଦିଅନ୍ତି । ଯେମିତି ଗୋଟିଏ ଝିଅ ଘର ପାଇଁ ସବୁ କରିଥାଏ । ତାଙ୍କର ମାଆ ନାହାନ୍ତି କିନ୍ତୁ ମାଆଙ୍କ ଆଶୀର୍ବାଦ ସବୁବେଳେ କାମନା କରି ସେ ଆଗକୁ ବଢ଼ି ଚାଲିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ