ସୋସୋ ଅଞ୍ଚଳରେ ହାତୀଙ୍କ ଆତଙ୍କରାଜ, ଭୟରେ ଦିନକାଟୁଛନ୍ତି ଗ୍ରାମବାସୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ପଢ଼ିଆରିପଲ୍ଲୀ, ବାଲିବରେଇ ଓ ସୋସୋ ପଞ୍ଚାୟତରେ ଦୁଇଟି ହାତୀଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ କୌଣସି ଠୋସ ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ଜଣାଯାଇଛି ଯେ ହଦଗଡ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଦୁଇଟି ହାତୀ ଆସି ବାଘୁଆ ତୋଟା, ସୋସୋ ଓ ଦନେଇପୁର ତୋଟାର ରହିଛନ୍ତି । ଦିନ ନାହିଁ ରାତି ନାହିଁ ହାତୀ ଦୁଇଟି ବାଘୁଆ ତୋଟା ସହିତ, ସୋସୋ, କାନପୁର, ଦନେଇପୁର ତୋଟା ମାନଙ୍କରେ ନିର୍ଭୟରେ ବିଚରଣ କରୁଥିବାରୁ ଆମ୍ବ ପଣସ ଚାଷୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟାହେଲେ ଗାଁ ଭିତରକୁ ପସି ବିଭିନ୍ନ ଲୋକଙ୍କ ଘର ଭଙ୍ଗାରୁଜା କରୁଥିବାବେଳେ ଅନେକ ଚାଷୀଙ୍କ ଫସଲ ଉଜାଡି ଦେଉଛନ୍ତି । ଗତ କିଛିଦିନ ତଳେ ଦନ୍ତାହାତୀଟି ସୋସୋ ଗାଁରେ ପସି ଗିରିଶ ଚନ୍ଦ୍ର ନାୟକ, ପ୍ରଣବ ମହାନ୍ତି, ବିପିନି ବିହାରୀ ରାଉତଙ୍କ ବାଡିରେ ପସି ମକା, କଦଳୀ, ବାଇଗଣ, ବୋଇତାଳୁ ଆଦି ପନିପରିବା ଚାଷକୁ ଦଳି ନଷ୍ଟ କରିଦେଇଥିଲେ । ସେହିପରି ସୋସୋ ଗାଁ ମୁଣ୍ଡରେ ଥିବା ବାବୁଲି ସିଂଙ୍କ ଏକ ଚାଳଘରକୁ ଭାଙ୍ଗି ଦେଇଥିଲେ । ଏବେଠାରୁ ରଜ ପର ପର୍ଯ୍ୟନ୍ତ ହାତୀମାନେ ଏହି ତୋଟା ଭିତରେ ରହୁଥିବାରୁ ଗତ ତିନିବର୍ଷ ଧରି ଲଗାତର ଭାବେ ଚାଷୀମାନେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେବି ବନବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଏବେ ଆମ୍ବ ପଣସ ସପୁରୀ ତୋଳିବା ସମୟରେ ହାତୀମାନେ ଏପରି ଉତ୍ପାତ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏକଦା ସୋସୋ କାନପୁର ଅଞ୍ଚଳ ପଣସ ଓ ଆମ୍ବ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ତାହା ଏବେ ହାତୀଙ୍କ ପାଇଁ ନଷ୍ଟ ହେବାକୁ ବସିଛି । ଏହି ହାତୀଙ୍କ ଆକ୍ରମଣରେ ଚଳିତବର୍ଷ ଆତୁରିକୋଣା ଗ୍ରାମର ଡାହିସାହିର ଜଣେ ମହିଳା ମୃତ୍ୟୁବରଣ କରିଥିବାବେଳେ ଗତବର୍ଷ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ଫଳରେ ଆଜି ପର୍ଯ୍ୟନ୍ତ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ସନ୍ଧ୍ୟାହେଲେ ସୋସୋ, କାନପୁର, ଦନେଇପୁର, ନୁଆଗାଁ, ବାଘୁଆ, ପଢ଼ିଆରିପଲ୍ଲୀ, ନିଉଦାନି ଆଦି ଗ୍ରାମକୁ ହାତୀ ପସିଆସୁଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ହୋତୀଙ୍କ ପାଇଁ ଅଧିକାଶଂ ସମୟରେ ବୀିଦ୍ୟୁତକାଟ କରାଯାଉଥିବାରୁ ସମଗ୍ର ଅଞ୍ଚଳଟି ଅନ୍ଧକାରରେ ବୁଡି ରହୁଛି । ଗାଟିଏ ପଟେ କରୋନା ଲକଡାଉନ ଭୟ ତ ଆଉ ଗୋଟିଏ ପଟେ ହହାତୀଭୟ ଅଞ୍ଚଳବାସୀଙ୍କୁ ଅସ୍ଥିର କରିପକାଇଲାଣି । ବନ ବିଭାଗ ପକ୍ଷରୁ ହାତୀ ଗୁଡିକୁ ଘଉଡାଇବାପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବାବେଳେ କେବଳ ଡାକବାଜି ଯନ୍ତ୍ର ଯୋଗେ ଲୋକମାନେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି । ଲୋକମାନେ ରାତିରେ ପରିଶ୍ରା କରିବାକୁ ବି ବାହାରକୁ ଯାଇ ପାରୁନାହାନ୍ତିି । ବନବିଭାଗ ଦୁଇ ତିନୋଟି ହାତୀଙ୍କ ପାଇଁ ହସ୍ତୀ ଅଭୟାରଣ୍ୟ କରିଥିବାବେଳେ ଗାଁ ଭିତରକୁ କଣ ପାଇଁ ହାତୀ ପସିବେ ସେନେଇ ବନ ବିଭାଗ ଦୃଷ୍ଟି ଦେଉନି । ଏପରିକି ହାତୀ ମାନେ ଜଂଗଲରୁ ବାହାରକୁ ବାହାରି ନପାରିବା ପାଇଁ ବନ ବିଭାଗ ଟ୍ରେଞ୍ଜ ଖୋଲିଥିଲେବି ତାହା ଠିକ ଭାବେ ଖୋଳାଯାଇ ନଥିବାରୁ ହାତୀମାନେ ଅନ୍ୟାୟାସରେ ଜଂଗଲ ବାହାରକୁ ଆସି ଆତଙ୍କରାଜ ଖେଳାଇ ଚାଲିଛନ୍ତି । ବନ ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି । ଏପରି ସ୍ଥିତିରେ ବନ ବିଭାଗ ପକ୍ଷରୁ ହାତୀ ଦୁଇଟିିକୁ ଘଉଡାଇବାକୁ ପଦକ୍ଷେପ ନେବା ସହିତ କ୍ଷତିଗ୍ରସ୍ଥ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ସଞ୍ଜୟ କୁମାର ବଳ, ପ୍ରଣବ ରାଉତ, ସନୁ ରାଉତ, ଭରତ ରାଉତ, ବୈଲୋଚନ ନାୟକ, ମମି ନାୟକ, ଦିନବନ୍ଧୁ ପଣ୍ଡିତ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବଣିଆପଙ୍କ ଫରେଷ୍ଟର କେଦାର ପାତ୍ରଙ୍କୁ ପଚାରିବାରେ ହାତୀମାନେ ଆମ୍ବ ପଣସ ଖାଇବାପାଇଁ ଏଠାକୁ ପସିଆସୁଛନ୍ତି । ଆମେ ଯେତେଥର ଘଉଡାଇଲେବି ସେମାନେ ଦିନେ ଦୁଇଦିନ ପରେ ପୁଣି ପସି ଆସୁଛନ୍ତି । ଚାଷୀ ମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ସର୍ଭେ ଚାଲିଛି ବୋଲି ସେ କହିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ