ସ୍କାଉଟସ୍ ଓ ଗାଇଡସ୍ ତରଫରୁ ୬୫ତମ ପଚମାରୀ ଦିବସ ପାଳନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ସ୍କାର୍ଫ, ଓଗଲ ଏବଂ ବ୍ୟାଜ ପ୍ରସ୍ତୁତ କରାଯାଇ ରାଜ୍ୟ ମୁଖ୍ୟାଳୟ ପରିସରରେ ପଚମାରୀର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଚମାରୀର ବିଭିନ୍ନ ତାଲିମ ଦେବାର ଫଟୋ ପ୍ରଦର୍ଶନୀ ସହିତ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଆହରଣ ପାଇଁ ରାଜ୍ୟ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ପଚମାରୀ ଦିବସର ୬୫ତମ ବାର୍ଷିକ ଉତ୍ସବ ଅବସରରେ ଏକ “ପଚମାରୀ କକ୍ଷ” ନାମରେ ଏକ ସମ୍ମିଳନୀ କକ୍ଷ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।ମଧ୍ୟପ୍ରଦେଶର ସାତପୁରା ରେଞ୍ଜରେ ଅବସ୍ଥିତ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ ତାଲିମ କେନ୍ଦ୍ର ଯାହାକୁ ତାଲିମର ମନ୍ଦିର ବୋଲି ବିବେଚନା କରାଯାଏ । ଏହି ପଚମାରୀକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ. ରାଜେନ୍ଦ୍ର ପ୍ରସାଦ ୧୦ ସେପ୍ଟେମ୍ବର ୧୯୫୪ ମସିହାରେ ଉଦ୍‌ଘାଟନ କରିଥିଲେ । ସେହିଦିନ ଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ପଚମାରୀ ଦିବସ ଭାବେ ସମଗ୍ର ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପାଳନ କରିଆସୁଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ