ସ୍କାଉଟ ଗାଇଡ୍‌ମାନଙ୍କ ଦ୍ୱାରା ଭୋଟର ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଭୋଟର ସଚେତନତା କାର୍ଯ୍ୟକ୍ରମ ତା୨୫.୦୧.୨୦୨୩ରିଖ ସକାଳ ୮ ଘଟିକା ସମୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହାବିଦ୍ୟାଳୟରୁ ୫୦୦ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର ଏବଂ ୟୁନିଟ୍ ଲିଡରମାନେ ମିଳିତ ହୋଇ ଭୋଟର ସଚେତନତା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା ରାଜ୍ୟ ମୁଖ୍ୟାଳୟରୁ ବାହାରି ଯଥାକ୍ରମେ ହାଉସିଂବୋର୍ଡ ଛକ ଦେଇ ରବିନ୍ଦ୍ର ମଣ୍ଡପ ପରିସରରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ରୋଭର ଓ ରେଞ୍ଜନ ମାନେ ସଚେତନତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରି ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରିଥିଲେ । ରାଜ୍ୟ ମୁଖ୍ୟାଳୟର ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟର ବହୁ ଅଧିକାରୀ ଏବଂ ମହାବିଦ୍ୟାଳୟମାନଙ୍କରୁ ଆସିଥିବା ରୋଭର ଲିଡର ଏବଂ ରେଞ୍ଜର ଲିଡରମାନେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।ଏହି ସଭାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ ଚନ୍ଦ୍ର ଲୋହାନୀ,ମାନ୍ୟବର ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ । ସମସ୍ତ ରୋଭର ଓ ରେଞ୍ଜନରମାନଙ୍କର ଏପରି କାମକୁ ଦେଖି ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ବହୁତ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ