ଚିନ୍ତା ପ୍ରକଟ କଲେ କୁନି ଚିତ୍ରଶିଳ୍ପୀ ସୁରକ୍ଷା ଲୋଡୁଛି ଜାତୀୟ ପଶୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଥିବା ସମୟରେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୮ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ଏହି ପରିପ୍ରେକ୍ଷୀରେ ଜାତୀୟ ପଶୁ ବାଘର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ରଙ୍ଗ ଓ ତୁଳୀରେ ନିଖୁଣ ରୂପେ ଆଙ୍କିଛନ୍ତି ଜାତୀୟ ପଶୁର ଚିତ୍ର । ସେ ଏଥିରେ ଦର୍ଶାଇଛନ୍ତି ସୁରକ୍ଷା ଲୋଡୁଛି ଜାତୀୟ ପଶୁ । ଦିନକୁ ଦିନ ଯେଉଁ ହାରରେ ବାଘ ଛାଲ, ନଖ, ଦାନ୍ତ ଆଦି ଜବତ ହେଉଛି ଏଥିରୁ ବାଘ ମୃତ୍ୟୁର ବାସ୍ତବ ସ୍ଥିତି ପରଖି ହୁଏ । ଯଦି ଏଭଳି ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ହୁଏ ତେବେ ଆମର ଜାତୀୟ ପଶୁ ଉଭାନ୍ ହୋଇଯିବ । କେବଳ ମ୍ୟୁଜିୟମ୍ କିମ୍ବା ପୁସ୍ତକ ପୃଷ୍ଠାରେ ଫଟୋ ହୋଇ ରହିଯିବ । ପରିବେଶ ବିଗିଡ଼ିଯିବ, ପରିବେଶ ଭାରସାମ୍ୟ ହରାଇ ବସିବ ବୋଲି ଶାନ୍ତନୁ କୁହନ୍ତି । ରାଷ୍ଟ୍ରୀୟ ପର୍ବ ପାଳନ ଅବସରରେ ଜାତୀୟ ପଶୁର ସୁରକ୍ଷା ଲାଗି ସଭିଏଁ ସଂକଳ୍ପ ନେବା ପାଇଁ ଚିତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଶାନ୍ତନୁଙ୍କ ଦେଶପ୍ରେମ ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୩ୟ ଶ୍ରେଣୀରେ ଅଧ୍ୟୟନ କରୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ