ସ୍କୁଟିକୁ ଧକ୍କାଦେଲା କାର ବୋହୁ ମୃତ୍ୟୁ, ଶଶୁର ଓ ନାତୁଣୀ ଗୁରୁତର
ଗଞ୍ଜାମ, (ବିନୋଦ ପଲାଇ):ଚିକିତ୍ସା ପାଇଁ ନାତୁଣୀ ଓ ବୋହୂକୁ ସ୍କୁଟିରେ ଶଶୁର ଧରି ଯାଉଥିବା ବେଳେ ପଛପଟୁ ଏକ କାର ଧକ୍କା ଦେବାଫଳରେ , ଘଟଣା ସ୍ଥଳରେ ବୋହୁ ମୃତ୍ୟୁ ବରଣ କରିଥିବା ବେଳେ , ଶଶୁର ଓ ନାତୁଣୀ ଗୁରୁତର ଆହତ ହୋଇଥିଲେ।ମୃତକ ଜଣକ ରମ୍ଭା ଟିକରପଡା ର ଜ୍ୟୋତି ସେଠି (ବବି) । ଗୁରୁତର ଆହତ ହେଲେ ଶଶୁର ସବୁସ ସେଠୀ ଓ ନାତୁଣୀ ଆଦ୍ୟାଶା। ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି।,ଶଶୁର ସୁବାସ ନିଜ ନାତୁଣୀର ଚିକତ୍ସା ପାଇଁ ସ୍କୁଟିରେ (OD07AE9059) ରେ ରମ୍ଭାରୁ ଗଞ୍ଜାମ ନିକଟ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ସଦା ଢ଼ାବା ନିକଟରେ ପଛପଟୁ କାର (OD02BH2129) ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୋହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁର ଏବଂ ନାତୁଣୀଙ୍କୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।ଖବର ପାଇ ରମ୍ଭା ଆଇଆଇସି ସ୍ୱରୁପ କିଷାନ ଓ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶି ପହଞ୍ଚି ଆହତଙ୍କୁ ମେଡ଼ିକାଲ ପଠାଇବା ସହ ଲୋକେ ଅଟକ ରଖିଥିବା କାର ଚାଳକକୁ ଆଣି ତଦନ୍ତ କରୁଛନ୍ତି।


