ଗଂଜାମ ଏନଏସି ରେ ବଦଖାନା କାର୍ଯ୍ୟକ୍ରମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଐତିହାସିକ ଦୁର୍ଗ ପୋତାଗଡ଼ ପରିସରରେ ବଡ଼ଖନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୃହନିର୍ମାଣ ଓ ନଗର ଉର୍ଣ୍ଣୟନ ବିଭାଗ ଆନୁକୂଲ୍ୟରେ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଗଠନ ପରିପେକ୍ଷୀରେ ଅନୁଷ୍ଠିତ ବଡାଖାନା କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଯୋଗଦେଇ ଉତ୍ସାହିତ କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏନଏସିକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ କୁ ସମ୍ମାନ ଜଣାଇବା ପୂର୍ବକ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେମାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଏନଏସିର ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି,କାଉନସିଲର ପୁରୁଷୋତ୍ତମ ସାହୁ,ପି.ଚନ୍ଦ୍ରଶେଖର, ଅରୁଣ କୁମାର ପଣ୍ଡା, ସଂଯୁକ୍ତା ଦାସ,ସୁଜାତା ମହାନ୍ତି, ରିତାଦେବୀ ମହାରଣା, ସବିତା ବେହେରା, ମହାଲକ୍ଷ୍ମୀ ନାୟକ, ଉପସ୍ଥିତ ଥିଲେ । ସେହିପରି କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା,ସଫେଇ ସୁପ୍ରଭାଇଜର ଉତ୍ତମ କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ , ସ୍ୱଚ୍ଛସାଥୀ ଉପସ୍ଥିତ ଥିଲେ ।ଏହାକୁ ପରିଚାଳନା କରିଥିଲେ ପରିମଳ ବିଭାଗ ବିଶେଷଜ୍ଞ ସୁମିତ କୁମାର ବେହେରା l


