ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ସାର୍ଦ୍ଦୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ସହ ପୋଷାକ ବିତରଣ ମେଳା ଆୟୋଜିତ ହୋଇଯାଇଛି ଆୟୋଜିତ ସଭାରେ ଡୁମାକୁମ୍ପା ସରପଞ୍ଚ ପ୍ରତିନିଧି ଶିବଶଙ୍କର ପ୍ରଧାନ,ସମିତି ସଭ୍ୟ ଟୁକୁନା ସାହୁ,ସି.ଆର୍.ସି.ସି ତ୍ରିନାଥ ବେହେରା ,w.o.t.r ପ୍ରତିନିଧି ହେମନ୍ତ ଦଲ ,ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟାଙ୍କ ସମେତ ପ୍ରଧାନ ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଶିକ୍ଷାର୍ଥୀଙ୍କୁ ଦୁଇ ହଳ ପୋଷାକ ,ଜୋତା,ସକ୍ସ ମଧ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ସୁରେନ୍ଦ୍ରନାଥ ଗୌଡ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରିଙ୍କୁ ପ୍ରଧାନ,ଲିଜାଲିନ୍ ଗୌଡ,ଶୁଭ୍ରମୟୀ ତ୍ରିପାଠୀ,ସସ୍ମିତା ପୃଷ୍ଟି,ରୀତାରାଣୀ ଚୌଧୁରୀ,ସଞ୍ଜିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଏହି କ୍ଳଷ୍ଟର ଅନ୍ତର୍ଗତ ହାତୀଗୁଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବର୍ଷିକ ଉତ୍ସବ ସହିତ ପୋଷାକ ବଣ୍ଟନ ମେଳା ପ୍ରଧାନ ଶିକ୍ଷକ ଦାଶରଥି ବିଷୋୟୀ ଙ୍କ ତତ୍ତାବଧାନରେ ଆଜି ଅନୁଷ୍ଠିତ ହୋଇଯାଇଛି । ସହକରୀ ଶିକ୍ଷୟିତ୍ରୀ ସରୋଜିନୀ ସ୍ବାଇଁ ଙ୍କ ସହଯୋଗରେ ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ଉପସ୍ଥିତିରେ ଏହି ବିଦ୍ୟାଳୟରେ ମଧ୍ୟ ପିଲାଙ୍କୁ ଦୁଇ ହଳ ପୋଷାକ ସମେତ ଜୋତା,ମୋଜା ବଣ୍ଟନ କରାଯିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସମଗ୍ର ଶିକ୍ଷା ଅଭିଯାନର ସଫଳ ରୂପାୟନ ପାଇଁ ଏହି ସବୁ କାର‌୍ୟ୍ୟକ୍ରମର ଉପାଦେୟତା ବିଷୟରେ ସି.ଆର୍.ସି.ସି ମତବ୍ୟକ୍ତ କରିଥଲେ । ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ