ବ୍ରିଟେନରେ କରୋନା ନେଲା ଦୁଇ ଭାରତୀୟ ଡାକ୍ତରଙ୍କ ଜୀବନ

ଲଣ୍ଡନ : କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନ୍‌ରେ ଦୁଇ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଜିତେନ୍ଦ୍ର ରାଠୋର ଏବଂ ଡାକ୍ତର ହମଜା ପଚିରିଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଉଭୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଥାଇ ସଂକ୍ରମିତ ହୋଇଥିଲେ । ଏହି ଡାକ୍ତରଙ୍କ ମୃତ୍ୟୁ ସହ ଆଉ ପାଞ୍ଚ ଜଣ ଡାକ୍ତର କରୋନାର ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚିକିତ୍ସାଧୀନ ସମସ୍ତ ପାଞ୍ଚ ଜଣ ଡାକ୍ତର ଏବେ ଭେଣ୍ଟିଲେଟରରେ ରହିଥିବାର ସୂଚନା ରହିଛି । କରୋନା ଯୋଗୁଁ ବ୍ରିଟେନ୍‌ରେ ୮,୯୫୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମଧ୍ୟ କାରୋନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ମଧ୍ୟ ୧୧ଜଣ ଭାରତୀୟ ଏହି ମହାମାରୀ କରୋନା ଯୋଗୁଁ ପ୍ରାଣ ହରାଇସାରିଛନ୍ତି । ସେହିପରି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ସେ ଇଂଲଣ୍ଡରେ ଜଣେ କାର୍ଯ୍ୟରତ ଡାକ୍ତର ଭାବେ ନିଯୁକ୍ତ ଥିଲେ । ସେ ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଥିବା ଜଣାପଡିଛି । ତାଙ୍କ ବୟସ ପାଖାପାଖି ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ