ସ୍କୁଲ ପାଚେରୀ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ ) : ପଞ୍ଚୁଗୋଛିଆ ପଞ୍ଚାୟତର ବରେଶ୍ୱର ସ୍କୁଲ ପାଚେରୀ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ସ୍କୁଲର ପାଚେରୀ ନଥିବାରୁ ପଞ୍ଚାୟତ ପକ୍ଷରୁ ଦୁଇଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ପିଇଓଙ୍କ ନାମରେ କାର୍ଯ୍ୟଦେଶ ବାହାରିଥିବାବେଳେ ସେ କାମ ନକରି ଅନ୍ୟ ଲୋକଙ୍କ ଦ୍ୱାରା କାମ କରାଉଛନ୍ତି । କାମ ନିକଟରେ ବିଭାଗୀୟ ଯନ୍ତ୍ରୀ ରହୁ ନଥିବାବେଳେ କାମ କରୁଥିବା ଲୋକ ନିଜ ମନଇଛାରେ ଓ ଅତି ନିମ୍ନ ମାନର କମ କରୁଛନ୍ତି । ପିଲର ଗୁଡିକ ମାଟି ପତନ ଠାରୁ ମାତ୍ର ୬/୭ଇଞ୍ଚ ତଳୁୁ ଉଠୁଥିବାବେଳେ ବହୁ କମ ପରିମାଣର ସିମେଣ୍ଟ ଓ ଅତି ନିମ୍ନମାନର ଇଟା ବ୍ୟବହାର କରାଯାଉଛି । ଫଳରେ ଏହାର ସ୍ଥାୟୀତ୍ୱ ନେଇ ଗ୍ରାମବାସୀମାନେ ସନ୍ଦେହ ପ୍ରକଟ କରିଛନ୍ତି । ଏହାକୁନେଇ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଗ୍ରାମବାସୀମାନେ କାମକୁ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ପ୍ରକାଶ ସାମଲଙ୍କୁ ପଚାରିବାରେ ସେ ଏହି କାମ ବାବଦରେ ଜାଣି ନାହାନ୍ତି ବୋଲି କହିଛନ୍ତି । ହାଟଡିହି ବିଡିଓ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଏହି କାମକୁ ବନ୍ଦ କରନ୍ତୁ ବୋଲି ନାରଣ କର, ବସନ୍ତ ପଣ୍ଡା, ଅଜୟ ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ବିଷ୍ଣୁ ଚରଣ ପରିଡା, ରାଜୁ ବିଶ୍ୱାଳ, ହେମନ୍ତ କର, ବିଷ୍ଣୁ ମୋହନ ପଣ୍ଡା, ସଂଗ୍ରାମ ପଣ୍ଡା, କାଳନ୍ଦୀ ଚନ୍ଦ୍ର କର, ବିଜୁ କର, ଦୁସ୍ମନ୍ତ ପଣ୍ଡା ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ