ସ୍କୁଲ ମିଶ୍ରଣ ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାତ୍ରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ପ୍ରତିବାଦରେ ବଳିପାଳ ଗ୍ରାମପଂଚାୟତର ପାତ୍ରଗଡ ଗ୍ରାମର ଗ୍ରାମବାସୀ,ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟଟି ଗତ ୧୯୪୮ ମସିହାରେ ସ୍ଥାପନ କରାଯାଇଥିବା ବେଳେ ଏହା ଏହି ଅଚଂଳର ପୁରାତନ ଶିକ୍ଷାନୁଷ୍ଠାନ ଭାବରେ କ୍ଷ୍ୟାତିଅର୍ଜ୍ଜନ କରିଥିଲା । ଏହି ସ୍କୁଲରେ ଆଖପାଖ ୪/୫ଟି ଗ୍ରାମର ଛୋଟ ଛୋଟ ପିଲାମାନେ ପାଠ ପଢୁଥିଲେ । ଏବେ ଏହି ଗ୍ରାମର ୨ଟି ୱାର୍ଡର ୧୨୦ଟି ପରିବାରର ଏକହଜାରରୁ ଉର୍ଦ୍ଧ୍ୱ ଲୋକ ବାସକରୁଛନ୍ତି । ଏହି ବିଦ୍ୟାଳୟକୁ ଯେଉଁ ସ୍କୁଲ ସହିତ ମିଶ୍ରଣ କରାଯାଇଛି ସେହି ସ୍କୁଲଟି ଏକ କିଲୋମିଟରରୁ ଅଧିକ ଦ୍ୱର ହେବ । ଫଳରେ ଛୋଟ ଛୋଟ ପିଲାମାନେ ଏତେ ଦ୍ୱର ଯାଇ ପାଠ ପଢିବା ସମ୍ଭବ ହେବନାହିଁ । ଏହି ଗ୍ରାମରୁ ମିଶ୍ରଣ ହୋଇଥିବା ସ୍କୁଲକୁ ଯିବା ବେଳେ ସେମାନଙ୍କୁ ମୁଖ୍ୟ ରାସ୍ତା ଦେଇ ଯିବାକୁ ପଡିବ । ଯେଉଁ ରାସ୍ତାରେ ବହୁ ଯାନବାହାନ ଚଳାଚଳ କରୁଥିବାରୁ ପିଲାମାନଙ୍କ ପ୍ରତି ବିପଦର ସମ୍ଭାବନା ରହିଛି । ତେଣୁ ଏହି ସ୍କୁଲ ବନ୍ଦ କରାଯିବା ନିଷ୍ପତିର ପୁର୍ନବିଚାର କରାଯିବାକୁ ମେଘନାଦ ନାୟକ, ଶୁସାଞ୍ଜଳି ନାୟକ, ଅଙ୍କୁର ନାୟକ, ବନିତା ସେଠୀ, ରୋହିତ ନାୟକ, ହୃଷିକେଶ ନାୟକ, ରବିନ୍ଦ୍ର ସେଠୀ, ପ୍ରଦୀପ ନାୟକ, ଗୈାରୀ ମଳିକ, ପୁଷ୍ପଲତା ସେଠୀ, ପ୍ରମୋଦ ବିଶ୍ୱାଳ ପ୍ରମୁଖ ନିବେଦନ କରିଛନ୍ତି । ଏଥିସହିତ ସେମାନେ ମହାକାଳପଡା ବିଧାୟକଙ୍କୁ ମଧ୍ୟ ଲିଖିତ ଭାବରେ ନିବେଦନ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ