ଉଦ୍ୟମ ଅନୁଷ୍ଠାନ ପକ୍ଷରୁ ରାସ୍ତାକଡର ମାନସିକ ବିକାରଗ୍ରସ୍ତଙ୍କୁ କମ୍ବଳ ବଣ୍ଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଶୀତ ଋତର ଆଗମନରେ ଯେତେବେଳେ କେନ୍ଦ୍ରାପଡା ସହର ଶୀତର ଚଦର ଘୋଡାଇ ହେଉଛି ଠିକ ସେତିକିବେଳେ ଏହାକୁ ଲକ୍ଷ କରି ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ଉଦ୍ୟମ” ପରିବାର ପକ୍ଷରୁ ରାତିରେ ରାସ୍ତାକଡରେ ଅସହାୟ ଭାବରେ ଥିବା ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ଶୀତର ପ୍ରାରମ୍ଭରେ କମ୍ବଳ ବଂଟନ କରାଯାଇଛି । ଉଦ୍ୟମର ସଭାପତି ବିଶ୍ୱକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର, ପ୍ରଜେଶ ନାୟକ, ଅକ୍ଷୟ ନାୟକ ଦୀପକ ମଲ୍ଲିକ, ବିଭୁତି ସାହୁ, ସୁଦାମ ସାହୁ, ସରୋଜକାନ୍ତ ସାହୁ ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାତି ୧୦ଟାରୁ ଜିଲ୍ଲା ସଦର ମହକୁମାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଦାଣ୍ଡରୁ ଦୁହୁରିଆ ପର୍ଯ୍ୟନ୍ତ ରାସ୍ତାକଡରେ ଥିବା ୧୦ଜଣରୁ ଉର୍ଦ୍ଧ୍ୱ ଲୋକଙ୍କୁ କମ୍ବଳ ବଂଟନ କରିଥିଲେ । ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଜନମାନସରେ ଗୁଞ୍ଜରିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ