ସ୍ତ୍ରୀ ନିର୍ଯ୍ୟାତନା ପାଇଲେ ଦାୟୀ ରହିବେ ସ୍ୱାମୀ

ନୂଆଦିଲ୍ଲୀ: (ୱାଇଏନ୍‌ଏସ୍‌): ଜଣେ ବିବାହିତା ମହିଳା ଶ୍ୱଶୁର ଘରେ ଥିବା କାଳରେ ଯଦି କୌଣସି ପ୍ରକାରର ଶାରୀରିକ ଆକ୍ରମଣର ଶିକାର ହୁଅନ୍ତି ତେବେ ସେଥିପାଇଁ ତାଙ୍କର ସ୍ୱାମୀ ସଂପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଗତ ବର୍ଷ ଜୁନ୍‌ରେ ଜୈନକାମହିଳା ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର-ଶାଶୂଙ୍କ ବିରୋଧରେ ଲୁଧିଆନା ଥାନାରେ ଏକ ଅଭିଯୋଗ ଆଗତ କରିଥିଲେ । ଅଭିଯୋଗ ପତ୍ରରେ ମହିଳା ଜଣକ କହିଥିଲେ ଯେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହେବା ପରେ ତାଙ୍କ ସ୍ୱାମୀ ନିଜର ପିତାମାତାଙ୍କ ସହ ମିଶି ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରି ତାଙ୍କୁ ଶାରୀରିକ ର୍ନିଯାତନା ଦେଉଥିଲେ । ଏହି ଘଟଣାର ଶୁଣାଣି କରି ମାନ୍ୟବର କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟର ଶୁଣାଣି କରିଛନ୍ତି । ସାଧାରଣରେ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରାଯିବ ବୋଲି ଆଶାପ୍ରକାଶ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ