ସ୍ମୃତିଲିପିର ବାର୍ଷିକ ଉତ୍ସବ ସଦାକାଳ ସାହିତ୍ୟ ଗତିଶୀଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଦାକାଳ ସାହିତ୍ୟ ଗତିଶୀଳ, ଜନମଙ୍ଗଳପାଇଁ ସାହିତ୍ୟର ସୃଷ୍ଟି । ଗର୍ବ ଓ ଅହଁକାରଠାରୁ ଦୂରେଇ ରହି ସାହିତ୍ୟିକମାନେ ସମାଜ ପ୍ରତି ସେମାନଙ୍କର କର୍ତ୍ତବ୍ୟ ସମ୍ପାଦାନ କରିବା ଉଚିତ ବୋଲି ସ୍ମୃତିଲିପିର ଅଷ୍ଟବିଂଶତମ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମତବ୍ୟକ୍ତ କରିଥିଲେ । ପୂର୍ବତଟ ରେଳପଥର ପ୍ରାକ୍ତନ ବରିଷ୍ଠ ଅଧିକାରୀ ବିଶିଷ୍ଟ କବି ନିରାକାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରେଣ୍ୟ ଅତିଥିଭାବେ ଡକ୍ଟର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର । ସମ୍ମାନିତ ଅତିଥିଭାବେ ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ପଣ୍ଡିତ ଡକ୍ଟର ସୂର୍ଯ୍ୟମଣୀ ଖୁଣ୍ଟିଆ, ଭଂଜସାହିତ୍ୟର ବିଶାରଦ ଡକ୍ଟର ମନମୋହନ ଆଚାର୍ଯ୍ୟ, ଚଲାପଥର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର, ସାହିତ୍ୟିକ ଡକ୍ଟର ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଫେସର ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା, ସ୍ମୃତିଲିପର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୟାନିଧି ନାୟକ, ସ୍ମୃତିଲିପି ସମ୍ପାଦକ ଭୂବନ ମୋହନ ମହାନ୍ତି, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପଦ୍ମାକର ଗୁରୁ ପ୍ରମୁଖ ସାମ୍ପ୍ରତିକ ସାହିତ୍ୟର ଗତି ଓ ପ୍ରଗତୀ ସମ୍ପର୍କରେ ଆଲୋଚନା କରିଥିଲେ । ଡକ୍ଟର ସୂର୍ଯ୍ୟମଣୀ ଖୁଣ୍ଟିଆଙ୍କୁ ଆଇନଜୀବି ପ୍ରଫୁଲ୍ଲ ଧଳ ସ୍ମୃତି ସମ୍ମାନ, ଚଲାପଥର ସମ୍ପାଦକ ହଳଧର ଧୀରଙ୍କୁ ଅବଦୁଲ୍ ସତ୍ତାର ସ୍ମୃତି ସେବା ସମ୍ମାନ, ସ୍ମୃତି ସାନ୍ତ୍ୱନାର ସମ୍ପାଦିକା ସବିତା ରାଣୀ ବେହେରାଙ୍କୁ ରଜନୀ ମିଶ୍ର ସ୍ମୃତି ସମ୍ମାନ, କବୀ ଲବଙ୍ଗଲତା ପରିଡ଼ାଙ୍କୁ ରୀନା ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଭଞ୍ଜ ସାହିତ୍ୟର ବିଶାରଦ ଡକ୍ଟର ମନମୋହନ ଆଚାର୍ଯ୍ୟଙ୍କୁ ସ୍ମୃତିଲିପି ପ୍ରତିଭା ସମ୍ମାନ, ଡକ୍ଟର ଅରୁପ କୁମାର ମିଶ୍ର, ଲେଖକ ନିରୋଦ ଚନ୍ଦ୍ର ଜେନା, ଲେଖିକା ଗୀତା ଦାସ, ସମାଜସେବୀ କୌଶଲ୍ୟା ବେଉରିଆ, କବୀ ସରୋଜିନୀ ମିଶ୍ର, ଲେଖକ ଇନ୍ଦ୍ରମଣି ମହାକୁଡ଼, ଶିକ୍ଷାବିତ୍ ରବିନାରାୟଣ ଦାସ, ଶିଶୁ ପ୍ରତିଭା ସୁଶ୍ରୀ ସ୍ୱୟମ ଅର୍ପିତା ଓ ମାଷ୍ଟର ଶ୍ରୀଅଂଶ ପ୍ରଧାନ ପ୍ରମୁଖଙ୍କୁ ସ୍ମୃତି ଲିପି ସମ୍ମାନ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାହିତ୍ୟିକା ଡକ୍ଟର ସୁଚେତା ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ମନୋଜ୍ଞ କବିତା ପାଠୋତ୍ସବରେ ଅତିଥି କବି ପ୍ରାଧ୍ୟାପକ ମନୋଜକୁମାର ରାଉତ, ରାଜଧାନୀ ନ୍ୟୁଜର ସମ୍ପାଦକ ଜ୍ଞାନରଞ୍ଜନ ଦାସ, ସାହିତ୍ୟିକ ଇଂ ଲଡ଼ୁ କିଶୋର ପ୍ରତିହାରୀ, ବରିଷ୍ଠ ସାହିତ୍ୟିକ କାନନବାଳା ପଟ୍ଟନାୟକ, କବି ରାଜୀବ କୁମାର ଷଡ଼ଙ୍ଗୀ, ବିଜୟ ଲକ୍ଷ୍ମୀ ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଅଞ୍ଜଳୀ ପ୍ରଧାନ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶତାଧିକ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶରତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ