ସ୍ମୋକିଂ ପସନ୍ଦ କରନ୍ତି ୫୮ ପ୍ରତିଶତ ମହିଳା
ଧୂମପାନ ଅଭ୍ୟାସ ମହିଳାଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି। ସେମାନଙ୍କ ଧୂମପାନ କରିବାର ପଦ୍ଧତି ମଧ୍ୟ ପୁରୁଷଙ୍କଠାରୁ ଅଲଗା। ଅନ୍ଲାଇନ୍ରେ ୫୦୦ ଜଣ ଲୋକଙ୍କ ଉପରେ କରାଯାଇଥିବା ସର୍ଭେରେ ୩୩ ପ୍ରତିଶତ ମହିଳା ସ୍ମୋକର ଥିଲେ। ସେମାନଙ୍କ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଏନ୍ସିଆର୍ରୁ ମହିଳା ସ୍ମୋକରଙ୍କ ସଂଖ୍ୟା ପାଖାପାଖି ସମାନ ଥିଲା।
ଖୋଲାଖୋଲି ମତ ରଖିଛନ୍ତି ମହିଳା
ଏହି ସର୍ଭେରେ ମହିଳାମାନେ ଖୋଲାଖୋଲି ନିଜ ମତ ରଖିଥିଲେ। ଯାହାଫଳରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ସର୍ଭେରେ ଧୂପପାନର ଅଭ୍ୟାସ, ପଦ୍ଧତି ଏବଂ ସ୍ଥାନ ସମ୍ପର୍କରେ ଖୋଲାଖୋଲି ମତ ରଖିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ଯେ ମହିଳାଙ୍କ ମଧ୍ୟରେ ଧୂମପାନ ଅଭ୍ୟାସ ବଢ଼ିବାରେ ଲାଗିଛି।
୨୬ରୁ ୩୫ ବର୍ଷ ମଧ୍ୟରେ ଅଧିକ ମହିଳା ସ୍ମୋକର
ଇଣ୍ଡସ୍ ହେଲ୍ଥ ଦ୍ବାରା କରାଯାଇଥିବା ସର୍ଭେରେ ସାମିଲ ମହିଳାଙ୍କ ବୟସ ୨୬ରୁ ୩୫ ବର୍ଷ ମଧ୍ୟରେ ଥିଲା। ପୁରୁଷଙ୍କ ତୁଳନାରେ ମହିଳାମାନେ ନିଜ ଘରେ ଧୂମପାନ କରିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଜଣାପଡ଼ିଛି। ୯୪ ପ୍ରତିଶତ ମହିଳା ନିଜ ଘରେ ସିଗାରେଟ୍ ଟାଣିବାକୁ ପସନ୍ଦ କରନ୍ତି। ପୁରୁଷମାନେ ଖାଦ୍ୟ ଖାଇବା ପରେ ଧୂମପାନ କରିବାକୁ ପସନ୍ଦ କରୁଥିବାବେଳେ ୫୮ ପ୍ରତିଶତ ମହିଳା ସହବାସ କରିବା ପରେ ସିଗାରେଟ୍ ଟାଣିବାକୁ ପସନ୍ଦ କରନ୍ତି। ସେହିପରି ସିଗାରେଟ୍ ଟାଣିବାବେଳେ ପୁରୁଷମାନେ ନିଜ ବଜେଟ୍ ସମ୍ପର୍କରେ ଚିନ୍ତା କରୁ ନ ଥିବାବେଳେ ୩୩ ପ୍ରତିଶତ ମହିଳା ସ୍ମୋକର୍ ମାସିକିଆ ବଜେଟ୍ ପ୍ରସ୍ତୁତ କରନ୍ତି। ଇଣ୍ଡସ୍ ହେଲ୍ଥର ଅମୋଲ ନାୟକାୱାଡି କହିଛନ୍ତି ଯେ ଏହି ସର୍ଭେରୁ ଜଣାପଡ଼ିଛି ୫୧ ପ୍ରତିଶତ ସ୍ମୋକର୍ଙ୍କ ଘରେ ପୂର୍ବରୁ କେହି ଧୂମପାନ କରି ନାହାନ୍ତି। ତେଣୁ ଘର ଲୋକଙ୍କୁ ଦେଖି ଏପରି କରୁଥିବା କହି ହେବ ନାହିଁ।


