ସ୍ୱଛତା ହିଁ ସେବା ପକ୍ଷରେ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ସେପ୍ଟେମ୍ୱର ୧୪ ତାରିଖରୁ ଅକଟୋବର ୧ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ସ୍ୱଛତା ହିଁ ସେବା ପକ୍ଷ ଅବସରରେ ଏକ ସଚେତନତା ଶୋଭାଯାତ୍ରା ୟୁନିସେଫ୍, ୟୁଥ ଫର ୱ଼ଟର ପ୍ଲସ ,ମେ ଆଇ ହେଲ୍ପ ୟୁ ଓ ଭରସା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି.ଏହି ଶୋଭାଯାତ୍ରାକୁ ସହଦେଵଖୁଣ୍ଟା ବ୍ରଜେଶ୍ୱର ମନ୍ଦିର ଠାରେ ସ୍ଥାନୀୟ କାଉନସିଲର ଦେବାଶିଶ ସିଂହ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହା ସହର ପରିକ୍ରମା କରିଥଲା.ଏହି ଶୋଭାଯାତ୍ରାରେ ମହିଳା ଆରୋଗ୍ୟ ସମତି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଭାଗ ନେଇଥିଲେ.ଭରସାର ସମ୍ପାଦକ ଯାଦବେଶ ମିଶ୍ର ଓ ଉଵାଚକ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.


