ସ୍ୱଦେଶୀ ଉତ୍ପାଦନ ବଢାଇବା ପାଇଁ ସରକାର ସାର ଉଦ୍ୟୋଗକୁ ପୁନର୍ଜୀବିତ କରୁଛନ୍ତି

ନୂଆଦିଲ୍ଲୀ, : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ଚାଷୀଙ୍କୁ ଫସଲ ବୁଣାବୁଣି ସମୟରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାପାଇଁ ଏନ୍‌ଡିଏ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରେ ସ୍ୱଦେଶୀ ଉତ୍ପାଦନ ବଢାଇବା ପାଇଁ ସରକାରୀ ସାର ଉଦ୍ୟୋଗଗୁଡିକୁ ପୁନର୍ଜୀବିତ କରାଯାଉଛି । ୨୦୧୨ ନୂଆ ନିବେଶ ନୀତି ଏବଂ ୨୦୧୪ସଂଶୋଧନ ଅନୁସାରେ ଚମ୍ବଲ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ ସିଏଫସିଏଲ୍‌ ରାଜସ୍ଥାନର ଗଡ଼େପାନଠାରେ ଏକ ପୁରୁଣା ସାର ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିଛି । ବର୍ଷକୁ ୧୨.୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ କରିବାର କ୍ଷମତା ଏହି କାରଖାନାର ରହିଛି । ଏହି କାରଖାନାରୁ ୨୦୧୯ ଜାନୁୟାରୀ ପହିଲାରୁ ବ୍ୟାବସାୟିକ ଭିତ୍ତିରେ ଉତ୍ପାଦନ ଆରମ୍ଭ ହୋଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏଥିରୁ ୨୪୪ ଲକ୍ଷ ମେଟ୍ରିକ ଟନ ଦେଶୀ ୟୁରିଆ ଉତ୍ପାଦିତ ହୋଇଛି । ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଏଫ୍‌ସିଆଇର ବନ୍ଦ ହୋଇଯାଇଥିବା ରାମଗୁଣ୍ଡମ୍‌, ତାଳଚେର, ଗୋରଖପୁର, ସିନ୍ଦ୍ରି ଏବଂ ହିନ୍ଦୁସ୍ଥାନ ଫର୍ଟିଲାଇଜର କଂପାନୀର ବାରାଉଣୀ କାରଖାନାକୁ ପୁନର୍ବାର ଚାଲୁ କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟ ମିଳିତ ଉଦ୍ୟୋଗରେ ଚାଲିଛି । ଏଥିପାଇଁ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମନୋନୀତ କରାଯାଇଛି । ଗ୍ୟାସ୍‌ ଉପଯୋଗ କରି ଏସବୁ ସାର କାରଖାନାରୁ ଉତ୍ପାଦନ କରାଯିବ । ପ୍ରତ୍ୟେକ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧.୨୭ ଏମ୍‌ଏମ୍‌ଟିପିଏ ରଖାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂଶୋଧିତ ନୂଆ ମୂଲ୍ୟ ଯୋଜନା ଏମ୍‌ପିଏସ୍‌ ୩ ଅନୁସାରେ ସବୁ କାରଖାନା ଯେଉଁଗୁଡିକ ନାପ୍‌ଥାକୁ ଇନ୍ଧନ ବା କଞ୍ଚାମାଲଭାବେ ବ୍ୟବହାର କରୁଛନ୍ତି ସେମାନେ ତାହା ବନ୍ଦ କରି ଗ୍ୟାସ୍‌ ବ୍ୟବହାର କରିବେ । ମାଡ୍ରାସ ଫର୍ଟିଲାଇଜର କଂପାନୀ ଇତିମଧ୍ୟରେ ନାପ୍‌ଥା ବ୍ୟବହାର ବନ୍ଦ କରି ଗ୍ୟାସ୍‌ ବ୍ୟବହାର କଲାଣି । ଗ୍ୟାସ୍‌ ପାଇପ ଲାଇନ ସଂଯୋଗ ପରେ ଏହି କାରଖାନାରୁ ୨୦୧୯ ଜୁଲାଇ ୨୯ରୁ ଉତ୍ପାଦନ ଆରମ୍ଭ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ଟ୍ରାଭାନ୍‌କୋର ସାର କାରଖାନାର ଆଧୁନିକୀକରଣ ପାଇଁ ୯୦୦କୋଟି ଟଙ୍କା ବିନିଯୋଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ