ଗୋଷ୍ଠୀ କନ୍ଦଳ ଉଭୟ ନାମରେ ମାମଲା ରୁଜୁ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପନାଗୁଡ଼ାଗାଁ ରେ ଗୋଷ୍ଠୀ କନ୍ଦଳ ମାରପିଟ ଥାନା ରେ ମାମଲା ରୁଜୁ। ଘଟଣା ରୁ ପ୍ରକାଶ ପନାଗୁଡ଼ା ଗାଁ ରେ ଆଗରୁ ନିଜ ସାହି ରେ ଲାଗି ରହିଥିବା ବିଭିନ ସମସ୍ୟାକୁ ନେଇ ଝଗଡ଼ା। ଏହା ଧୀରେ ଧୀରେ ଉଗ୍ର ରୂପ ନେଉଥିଲା । କିଛି କାରଣ କୁ ନେଇ ଝଗଡ଼ା ଲାଗି ରହୁଥିବା ବେଳେ ଗତ କାଲି ମୋବାଇଲ ନେଟ ପାଇଁ କିଛି ପିଲାଙ୍କ ମଧ୍ୟରେ ସଂଘର୍ଷ ହଇଥିଲା। ଆଜି ସକାଳେ ପିଇବା ପାଣି କୁ ନେଇ ବହୁ ସମୟ ଯୁକ୍ତି ତର୍କ ହେବା ପରେ ମାର ପୀଟ ପର୍ଯ୍ୟନ୍ତ ପଞ୍ଚିଥିଲା କଥା ।ଏଥିରେ କିଛି ଲୋକେ ଆକ୍ରାନ୍ତ ସମାନ୍ୟ ହେବା ପରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କୌଣସି ଦିଗରୁ ଖବର ପାଇ ଉକ୍ତ ଗ୍ରାମକୁ ନିଜ ପୋଲିସ ଟିମକୁ ନେଇ ପଞ୍ଚିଥିଲେ ଏବଂ ବହୁ ବୁଝାସୁଝା ପରେ ଭି କେହି ନ ଶୁଣିବାରୁ ଉଭୟ ପକ୍ଷ ନାମରେ ମାମଲା ରୁଜୁ କରାଯାଇଛି ଏବଂ ସେମାନଙ୍କୁ ମୋହନା ଥାନା କୁ ଅଣାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।


