ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କଲେ ମହିଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ କ଼ାହିଁ କେଉଁ କାଳରୁ ପାଳନ କରି ଆସୁଛନ୍ତି । ସୋମବାର ପବିତ୍ର ସାବିତ୍ରୀ ବ୍ରତ ଅବସରରେ ମହିଳା ମାନେ ଦିନତମାମ ଉପବାସ ରହିବା ସହ ନୂତନ ଲୁଗା ପରିଧାନ କରି ବିବାହିତା ମହିଳା ମାନେ ଦଳ ଦଳ ହୋଇ ସହରର ବିଭିନ୍ନ ଦେବାଳୟ ଓ ସାହିବସ୍ତିରେ ଏକାଠି ହୋଇ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ଆମ୍ବ, ପଣସ, ନଡ଼ିଆ, କଦଳୀ, ସପୁରୀ, ବିଭିନ୍ନ ପ୍ରକାରର ପାଚିଲା ଫଳ, ତାଳ ଖଜୁରୀକୋଳି, କାକୁଡ଼ି,କଳାକାଚ, କାଠ ପାନିଆ ଇତ୍ୟାଦି ପିତଳ ଥାଳିରେ ନେଇ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ବିବାହିତା ମହିଳା ମାନେ ଧୂମଧାମରେ ସାବିତ୍ରୀ ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଛି ।


