ହତ୍ୟା କରି ପୋତିଥିବା ସୁନା ଅଳଙ୍କାର ଜବତ ପରେ ପରିବାର କୁ ହସ୍ତାନ୍ତର କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପୁଡ଼ାମାରି ପଞ୍ଚାୟତ ଚସାସାହି ର ଫେରାର ହୋଇଥିବା ସଂଗତା ପ୍ରଧାନ ( ୨୭) ଘରୁ ନେଇଥିବା ସୁନା ଅଳଙ୍କାର ଜବତ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପାଟପୁର ପୋଲିସ। ଗତ ୩ ତାରିଖରେ ସଙ୍ଗୀତା ପ୍ରଧାନ ଘରୁ ସୁନା ଅଳଙ୍କାର ଟଙ୍କା ନେଇ ସିନ୍ଦୁରପୁର ଗ୍ରାମର ମିଥୁନ ବିଷୋୟୀ ଙ୍କ ସହିତ ଫେରାର ହୋଇଥିବା ସଙ୍ଗୀତା ର ବାପା ନାରାୟଣ ପ୍ରଧାନ ପାଟପୁର ଥାନା ରେ ଅଭିଯୋଗ କରିଥିଲେ। ପୋଲିସ ର ତଦନ୍ତ ଚାଲିଥିବା।ବେଳେ ଗତ ୮ତାରିଖ ଦିନ ଟିଗୋବିନ୍ଦପୁର ପଂଚାୟତ ତପ୍ତପାଣି ଘାଟି ନିକଟସ୍ଥ କେନାଳ ରେ ମୃତ ଦେହ ପଡ଼ିଥିବା ଖବର ପାଇଥିଲା ପାଟପୁର ପୋଲିସ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ହତ୍ୟା କରି ପକାଇଥିବା ଅଭିଯୁକ୍ତ କୁ ୯ ତାରିଖରେ ରାୟଗଡ଼ା ଜିଲ୍ଲା ରୁ ଗିରଫ କରିବା ରେ ସଫଳ ହୋଇଥିବା ବେଳେ ମୃତ ସଙ୍ଗୀତା ନେଇଥିବା ସୁନା ଅଳଙ୍କାର ଅଭିଯୁକ୍ତ ମିଥୁନ ବିଷୋୟୀ ମାଟିରେ ପୋତି ଥିବା ସୁନା ଅଳଙ୍କାର ଜବତ କରିଥିଲା ଏବଂ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ ଏନେଇ ଆସିକା ଏସଡିପିଓ ଉମାଶଙ୍କର ସିଂ ଗତ କାଲି ସୂଚନା ଦେଇଥିବା ବେଳେ ଜବତ ସୁନା ଅଳଙ୍କାର ୭୦ ଗ୍ରାମ ମଧ୍ୟରେ ରାଣୀହାର ,ଜିଗିନାନୁ, ହାର,କାନରଫୁଲ, ଏବଂ ରୂପା ୧,୧୫ଗ୍ରାମ ପାଉଁଚି ସମସ୍ତ ଉଦ୍ଧାର ଅଳଙ୍କାର ମୃତ ସଂଗୀତା ର ମାଆ ଲକ୍ଷ୍ମୀ ପ୍ରଧାନ ଙ୍କୁ ଥାନା ପରିସରରେ ଏସ ଆଈ ମିଲନ ପ୍ରଧାନ ହସ୍ତାନ୍ତର କରିଛନ୍ତି ।ଏନେଇ ଲକ୍ଷ୍ମୀ ପ୍ରଧାନ କହିଛନ୍ତି ମୋର ସୁନା ଗହଣା ମିଳିଛି ପାଟପୁର ପୋଲିସ କୁ ଧନ୍ୟବାଦ କିନ୍ତୁ ମୋର ଝିଅ କୁ ମାରିଥିବା ଅଭିଯୁକ୍ତ କୁ ଦଣ୍ଡ ମିଳୁ। ଜବତ ସୁନା ଅଳଙ୍କାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


