ହଦଗଡରେ ବିଜେଡିର ନେତୃତ୍ୱ ବୈଠକ, ଦଳରେ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ
ହାଟଡିହି, (ବିକାଶ ବିଶ୍ୱାଳ):ହଦଗଡରେ ବିଜେଡିର ନେତୃତ୍ୱ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଳ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ହାଟଡି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ନାୟକ, ବିଜୟ ରାଉତଙ୍କ ସହିତ ଦଳର ତୁଙ୍ଗନେତାମାନେ ଯୋଗଦେଇଥିଲେ । ବିଶେଷକରି ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ସାଧାରଣ ନିର୍ବାଚନ ଠାରୁ ଦଳର ଭୋଟ ହାର କମିଥିବାରୁ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ଦଳରେ ଏକତାର ଅଭାବ ଦେଖାଦେଇଥିବାରୁ ବିଭିନ୍ନ ନେତାମାନେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଥିବାରୁ କର୍ମୀ ମାନଙ୍କ ଭିତରେ ଦ୍ୱନ୍ଦ ଓ ବିବାଦ ସୃଷ୍ଟି ହେଉଛି । ଏପରିସ୍ଥିତିରେ ଆଗାମି ଦିନରେ ଦଳରେ କିପରି ଶୃଙ୍ଖଳା ଓ ଏକତା ବଜାୟ ରଖାଯାଇ ଦଳର ପୁର୍ବସ୍ଥିତି ଫେରାଇ ଅଣାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିପାଇଁ ପ୍ରତିମାସ ବୈଠକ କରାଯାଇ ସଂଗଠନ ଓ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ବିଜେଡି ସମର୍ôଥତ ସରପଞ୍ଚ, ସମିତିସଭ୍ୟ ମାନଙ୍କ ସହ ଦଳର ପଞ୍ଚାୟତସ୍ତରୀୟ ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।


