ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ବନମହୋତ୍ସବ

ହାଟଡିହି, (ଓ୍ବାଇଏନ୍ଏସ୍) : ହଦଗଡ ଜବାହାର ନବୋଦୟ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପି. ମଣିକଣ୍ଡନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡର ନ୍ୟାୟାଧିଶ ରଞ୍ଜିତ କୁମାର ସୁତାର ମୁଖ୍ୟ ଅତିିଥିଭାବେ ଯୋଗଦେଇ ଚାରା ରୋପଣ କରିବା ସଙ୍ଗେ ସଙ୍ଗେ ବନମହୋତ୍ସବ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିôତ ଭାବେ ତହସିଲଦାର ଗାୟତ୍ରୀ ସୋରେନ, ଜେଏମଏଫସି ସୁପ୍ରଭା କୁଣ୍ଡୁ, ସବଜଜ ଅଭୟ କୁମାର ଦାସ, ଏନ.ଜି.ଏନ ମାନସୀ ପ୍ରଧାନ, ବରିଷ୍ଠ ଆଇନିଜିବୀ ସଞ୍ଜୟ କୁମାର ମିଶ୍ର, ବାଇଧର ସେଠୀ, ଅତିରରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାଶ, ବିଡିଓ ଜୟଦେବ ଦାସ, ଉପଖଣ୍ଡ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ, ସୋସୋ ଥାନା ଅଧିକାରୀ ଗଗନ କୁମାର ନାୟକ, ହଦଗଡ ଡାକ୍ତରଖାନାର ଡାକ୍ତର ସନ୍ୟାସ କୁମାର ସେଠୀ ପ୍ରମୁଖ ଯୋଗଦେଇ ସାମାଜିକ ଦୁରତା ରକ୍ଷାକରି ନବୋଦୟ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ । ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶିକ୍ଷକ ଉପେନ୍ଦ୍ର ନାଥ ମଲ୍ଲିକ, ମାନସ କୁମାର ସେନାପତି, ବିଦ୍ୟାଧର ବେହେରା, ରାଜେନ୍ଦ୍ର ଧଳ, ଏସ.ସି ନାୟକଙ୍କ ସମେତ ହଦଗଡ ରେଞ୍ଜ ଅଫିସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ