ହନୁମାନ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳା ପୌରପାଳିକା ଅଧୀନରେ ଥିବା ହାତପଦା ସ୍ଥିତ ରେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ। ବର୍ଷା ଯୋଗୁଁ ବାଧାପ୍ରାପ୍ତ ପାଇଥିବା ଏହି ୧୫ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଗୋଟିଏ ଉଇକେଟରେ ବିଜୟ ହାସଲ କରିଥିଲେ ଗୁରୁ ଏକାଦଶ ଟିମ । ଟସ ଜିଣୀ ପ୍ରଥମ ବ୍ୟାଟିଂ କରିଥିବା ଗଣ୍ଡାହାତୀ କ୍ଳବ ନିର୍ଦ୍ଧାରିତ ୧୫ ଓଭରରେ ୧୧୪ରନ କରିଥିଲେ । ଏହି ରନର ପିଛାକରି ଗୁରୁ ଏକାଦଶ ୯ ଉଇକେଟ ହରାଇ ୧୧୫ରନ କରିବାରେ ସଫଳ ହୋଇଥିଲେ । ଫାଇନାଲରେ ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିଲେ ହାଇଟେକର ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ, ଉପାଧ୍ୟକ୍ଷ ତିରୁପତି ଚୌଧୁରୀ, ନିର୍ଦ୍ଦେଶକ ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗଜପତି ଜିଲ୍ଲାର ବିଶିଶିଷ୍ଠ କ୍ରୀଡାବିତ୍ତ ଦେବାଷିସ ପାଢୀ ପ୍ରମୁଖ । ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପାଳିକାର ଉପାଧ୍ୟକ୍ଷ ଲେଙ୍କା ମଧୁ, ଯୁବନେତା ଜି. ବିଜୟ କୁମାର ,ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲାରାଜୁ, ଭୁସୁକୁଡି ସମିତି ସଭ୍ୟ ବି. ବାଲାରାଜୁ ପ୍ରମୁଖ । ଏହି ଖେଳ ପ୍ରତିଯୋଗିତା ଆୟୋଜନ କରିଥିଲେ ଆଇନଜୀବୀ ଅରୁଣ ପରିଡା, ସୁନୀଲ ମହାଙ୍କୁଡ଼, ରାଜେଶ ବେହେରା ପ୍ରମୁଖ । ବିଜୟୀ ଦଳକୁ ୨୧ ହଜାର ପୁରସ୍କାର ସହ ଉପ ବିଜେତାଙ୍କୁ ୧୨ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା । କାଳିଆ ପ୍ରଧାନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ