ହରିହର ସରକାରୀ ଉଚ୍ଚ ବିଦ୍ୟାଳୟର ଆଲୁମିନି ମିଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହରିହର ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ୧୯୯୦ ବ୍ୟାଚରୁ ୨୦୨୨ବ୍ୟାଚ ପର୍ଯ୍ୟନ୍ତ ଆଲୁମିନି ମିଟ ସ୍ଥାନୀୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତା ଭାବେ ଶ୍ରୀମତି ସୁଲୋଚନା ଦାସ,ଯୋଗ ଦେବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥି ସହିତ ଗୁରୁପ୍ରଣାମ କାର୍ଯ୍ୟକ୍ରମ,ଦିବଂଗତ ଗୁରୁ,କର୍ମଚାରୀ ଓ ଶିକ୍ଷାକର୍ମିଙ୍କୁ ଶ୍ରଦ୍ଧାଞଳି,ସମ୍ବର୍ଦ୍ଧନା ଉତ୍ସବ ସହିତ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିବେ । ଏ ନେଇ ହରିହର ଆଲୁମିନି ସଭାପତି ନୃପେଶ ନାୟକ,ସହଯୋଗୀ ସଭ୍ୟ ତ୍ରିଲୋଚନ ଦାସ,ଅଶୋକ ମଲିକ,ଅରବିନ୍ଦ ତ୍ରିପାଠୀ ଅମ୍ବିକା ପ୍ରସାଦ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ