ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଏକ ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ ସମ୍ପାଦକ ଏଲ.ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଟି.ମୋହନ ରାଓ, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି , ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା(ସି) ଓ କୋଷାଧ୍ୟକ୍ଷ ଅନାମ ପ୍ରଧାନଙ୍କୁ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଏହାସହିତ ବିଜୁ ଆଇନ ସାମ୍ମୁଖ୍ୟର ରାଜ୍ୟ ଉପସଭାପତି ଅନୀଲ କୁମାର ସାହୁ, ଜିଲ୍ଲା ସଭାପତି ବିଜୟ କୁମାର ପ୍ରଧାନ , ଜିଲ୍ଲା ସରକାରୀ ଓକିଲ ପି.ନରସିଂହ ପାତ୍ର ଓ ରାଜ୍ୟ ବାର କାଉନସିଲ ପ୍ରାର୍ଥୀ ସଂଜୀତ୍ କୁମାର ପାଣିଗ୍ରହୀଙ୍କୁ ମଧ୍ୟ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାସହିତ ଅଧିକ ରୁ ଅଧିକ ସଭ୍ୟ କିପରୀ ଏହି ସାମ୍ମୁଖ୍ୟ ସାମିଲ ହେବେ ସେଥୀ ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ର ବିଭିନ୍ନ କାର୍ଯ୍ୟ ଶୈଳୀ ଉପରେ ସଭାପତି ଶ୍ରୀ ପଣ୍ଡା କହିବା ସହିତ ରାଜ୍ୟ ବାରକାଉନସିଲ ସଂଜିତ୍ କୁମାର ପାଣିଗ୍ରାହୀ ଗଂଜାମ ଜିଲ୍ଲାର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ କିପରୀ ବିଜୟୀ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ଅଶୋକ କୁମାର ଚୈାଧୁରୀ ଓ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ସିମାଞ୍ଚଳ ମହାପାତ୍ର, ଅହି ଭୂଷଣ ସାହୁ, ଭୈରବୀ କୁମାର ପଟ୍ଟନାୟକ ଓ କିଶୋର ଚନ୍ଦ୍ର ସେନାପତିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ବିଜୁ ଆଇନ ସାମ୍ମୁଖ୍ୟର ସଦସ୍ୟ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଛତ୍ରପୁର ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପ ସହ ଉପଢୈାକନ ପ୍ରଦାନ କରି ସ୍ୱାଗର ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ