ହାଟଡିହିରେ ବିଜେପିର ଛାତ୍ରୀ ଓ ମହିଳା ସମ୍ମିଳନୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ସରସ୍ୱତୀ ଶିଶୁମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟିର ଛାତ୍ରୀ ଓ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଆଲୋକସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଝାଡଖଣ୍ଡ ବିଜେପିର ପ୍ରଦେଶ ଉପସଭାପତି ଅମିତା ରକ୍ଷିତ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଛାତ୍ରୀ ଓ ମହିଳାଙ୍କ ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚୋ ସଭାନେତ୍ରୀ ମମତା ସିଂ, ରାଜ୍ୟ ନଦୀ ସୁରକ୍ଷା ସମିତିର ସଭାପତି ମହେଶ୍ୱର ସାହୁ, ଜିଲ୍ଲା ଉପସଭାପତି ଅସୀମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ମହିଳା ମୋର୍ଚ୍ଚାର ପଦାଧିକାରୀ ଦିପ୍ତୀ ସାହୁ, ତୃପ୍ତୀମୟୀ ଜେନା, ଦିପ୍ତୀ ଖୁଣ୍ଟିଆ, ମମିତା ନାୟକ, ସୁମତି ଜେନା, ଜିଲ୍ଲା ସମ୍ପାଦକ ଦୀପକ ଜେନା ପ୍ରମୁଖ ଯୋଗଦେଇ ନାରୀ ସଶକ୍ତିକରଣ ର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିବା ସହିତ ରାଜ୍ୟ ବିଜେଡି ସରକାର ନାରୀ ସଶକ୍ତି କରଣର ଦ୍ୱାହିଦେଇ ପରୀ, ମମତା, ବେବିନା ପରି ଅନେକ କଳଙ୍କିତ କୁତ୍ସିତ କର୍ମରେ ଲିପ୍ତ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ହରମୋହନ ଶାସିନି, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ଟୁକୁନା ମହାନ୍ତ, ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ ଜେନା, ଅଧର ବେହେରା, ସ୍ୱର୍ଣ୍ଣଲତା ବେହେରା, ମନ୍ଦାକିନୀ ନାଏକ, ଜୟନ୍ତୀ ଜେନା, କବିତା ଦାସ, ଅନନ୍ତ ବେହେରା, ଶରତ ନାୟକ, ମିନତୀ ମହାପାତ୍ର, ଝରଣା ଜେନା, ବିଜୟା ଜେନା, ସୁଜାତା ସାହୁ, ସୁଭାଦ୍ରୀ ବଳିୟାର ସିଂ, ଆଲୋକ ଦାସ, ସନ୍ୟାସୀ ପାତ୍ର, ପଙ୍କଜିନି ମହାଳିକ, ବବିତା ସତପଥି, କନକଲତା ଦାସ, ବୀର କିଶୋର ସାହୁଙ୍କ ସମେତ ତିନିଶହରୁ ଉର୍ଦ୍ଧ ଛାତ୍ରୀ ଓ ମହିଳା ଅଂଶ ଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ