ହାଟବାଦଡା ପଞ୍ଚାୟତ ୫ ଦିନ ଏବଂ କୁସୁମି ପଞ୍ଚାୟତ ୩ ଦିନ ସଟ୍ ଡାଉନ୍

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମିତ ବ୍ଲକର ହାଟବାଦଡା ପଞ୍ଚାୟତର ହାଟବାଦଡା ଗ୍ରାମରେ ଜନୈକ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ହାଟବାଦଡା ସରପଞ୍ଚ ଲକ୍ଷ୍ମୀରାମ ମାଝୀ ଶୁକ୍ରବାର ସକାଳ ଠାରୁ ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ୫ ଦିନ ଧରି ପ୍ରଶାସନ ସହିତ ଆଲୋଚନା କରି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିଭଳି କୁସୁମିତ ପଞ୍ଚାୟତର କୁସୁମିତ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରପଞ୍ଚ ବାମୁଦ ଟୁଡୁ ଶୁକ୍ରବାର ସକାଳ ଠାରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ସଟ୍ ଡାଉନ୍ କରିଛନ୍ତି ବୋଲି କୁସୁମି ବିଡ଼ିଓ ଲକ୍ଷ୍ମଣ ସୋରେନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ