ହାଣ୍ଡିଶାଳାରେ କରୋନା ମାଡ଼ କମିଛି ରୋଜଗାର ଚିନ୍ତାରେ ଖାଉଟି
ହିଞ୍ଜିଳିକାଟୁ, (ୱାଇଏନଏସ): କରୋନା ମହାମାରୀ ଯୋଗୁଁ ସବୁକିଛି ବିଗିଡ଼ି ଯାଇଛି । ସାଧାରଣ ଲୋକଙ୍କ ଜୀବନ ଜୀବିକା ବିଶେଷ ପ୍ରଭାବିତ ହୋଇଛି । ଦୀର୍ଘ ଅଢେଇ ମାସରୁ ଅଧିକ ହେଲାଣି ଲୋକେ ଲକଡ଼ାଉନ ଓ ସଟନାଉନ କାରଣରୁ ଘରୁ ସ୍ୱଇଛାରେ ବାହାରକୁ ବାହାରିପାରି ନାହାନ୍ତି । ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ ପରିବାରକୁ କରୋନା ବିଶେଷ କ୍ଷତି ପହଂଚାଇଛି । ଲୋକଙ୍କ ରୋଜଗାର ପନ୍ଥା କମିଛି । ତେଣେ ଖର୍ଚ୍ଚ ବଢିବାରୁ ହାଣ୍ଡିଶାଳା ଉପରେ ବିଶେଷ ମାଡ଼ ହେଉଛି । ଓଡ଼ିଶାରେ ପ୍ରବାସୀଙ୍କ କାରଣରୁ ସଂକ୍ରମଣ ଭୟ ରହୁଥିବାରୁ ରାଜ୍ୟ ସରକାର ଏବେ ବି କଟକଣା ଜାରୀ ରଖିଛନ୍ତି । ବର୍ତମାନ ସୁଦ୍ଧା ଲଜ୍, ସପିଂ ମଲ୍ଲ୍ ଆଦି ବନ୍ଦ ରହିଛି । କା ଭାଁ ଯାନବାହାନ ଚଳାଚଳ କରୁଛି, ସେଥିରେ ବି ଯାତ୍ରୀ ସଂଖ୍ୟା ନଗଣ୍ୟ । ଫଳରେ ଏସବୁ ଉପରେ ନିର୍ଭର କରି ରୋଜଗାର କରୁଥିବା ହଜାର ହଜାର ପରିବାର ଏବେ ବି ଦୟନୀୟ ସ୍ଥିତିରେ ରହିଛନ୍ତି । ବ୍ୟାଙ୍କରୁ ଋଣ ନେଇ ଅଟୋ ଭଳି ଛୋଟ ଛୋଟ ଯାନ କିଣି ଚଳାଚଳ ଜରିଆରେ ଆୟ କରୁଥିବା ଲୋକଙ୍କ ପରିବାର ଦୁର୍ଦ୍ଦିନରେ ଗତି କରୁଛି । ଧନୀକ ଶ୍ରେଣୀର ଲୋକଙ୍କଉପରେ କରୋନା ବିଶେଷ ଆର୍ଥୀକ ପ୍ରଭାବ ପକାଇ ନଥିବା ବେଳେ ବେଶୀ ହନ୍ତସନ୍ତ ହେଉଛନ୍ତି ଆର୍ଥୀକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷ । ନିକଟରେ କେନ୍ଦ୍ର ସରକାର ଆଳୁ, ପିଆଜ, ତେଲ ଭଳି କେତେକ ଜିନିଷକୁ ଅତ୍ୟାବଶ୍ୟକ ସାମଗ୍ରୀଜନିତ ନିୟନ୍ତ୍ରଣ ମୁକ୍ତ କରିଥିବାରୁ ଏବେ ବଜାରରେ ଏସବୁ ଜିନିଷର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହରେ ଆଳୁ ଦର ୧୬ ଟଙ୍କା ଥିବା ବେଳେ ବର୍ତମାନ ଦର ୨୬ ଟଙ୍କା ରହିଛି । ପିଆଜ ଦର ୧୮ ଟଙ୍କା ରହିଥିବା ବେଳେ ବର୍ତମାନ ୨୨ରୁ ୨୪ ଟଙ୍କାରେ ବିକ୍ରି ହେଉଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ସବୁଜ ପନିପରିବା ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି ହେଉଥିବା ବେଳେ ସ୍ଥାନୀୟ ବଜାରରେ ପରିବା ଦର ଆକାଶ ଛୁଆଁ ରହିଛି । ଟମାଟ ୨୬ ଟଙ୍କା, ବନ୍ଧାକୋବି ୩୦, ଭେଣ୍ଡି ୨୦, କାଙ୍କଡ଼ ୬୦, କଟିକି ୪୦, ସାରୁ ୪୦, ଭଣ୍ଡା ୩୦, ଅଲଡ଼ି ୩୦, କୁନ୍ଦୁରୁ ୨୫ ଟଙ୍କା ରହିଛି । ସେହିପରି ଖାଇବା ତେଲ ଦର ମଧ୍ୟ ପୂର୍ବାପେକ୍ଷର ଲିଟର ପିଛା ଦର ୫ରୁ ୮ ଟଙ୍କା ବଢିଛି । ଏସବୁ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଛି ଗୃହିଣୀଙ୍କ ହାଣ୍ଡିଶାଳା । ।ଗୋଟିଏ ପଟେ କରୋନା ପରିଓ୍ତଇତ ଯୋଗୁଁ ଦେଶରେ ଆର୍ଥୀକ ପରିସ୍ିତି ସଙ୍ଗୀନ ଥିବା ବେଳେ ବେଡ଼ି ଉପରେ କରୋନା ମାଡ଼ ଭଳି ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି । ମହମ।।ରି ବିପତି ସମୟରେ ଦରବୃଦ୍ଧି ସାଧାରଣ ଲୋକଙ୍କୁ ବେଶ ବାଧୁଛି । ରାତାରାତି ଦରବୃଦ୍ଧି ହାଣ୍ଡିଶାଳାକୁ ବେଶ ପ୍ରଭାବିତ କରୁଛି । ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଲୋକଙ୍କ ବଂଚିବା ମୁସ୍କିଲ ହୋଇଯିବ । ଆମିଷ ବଜାର ଠାରୁ ଆରମ୍ଭ କରି ପନିପରିବା ଓ ରାସନ ସମାଗ୍ରୀର ଦର ବୃଦ୍ଧି ପାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ବୋଲି ଜଣେ ଗୃହିଣୀ କହିଛନ୍ତି ।


