ହାତୀମଳରୁ ତିଆରି ହେବ କଫି ୧ କପ୍ର ଦାମ୍ ୫ ହଜାର ଟଙ୍କା

କାନାଡ଼ାର ବିଜ୍ନେସ୍ ମ୍ୟାନ୍ ବ୍ଲାକ୍ ଡିଙ୍କିନ୍ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହି କଫି ହାତୀ ମଳରୁ ତିଆରି ହେବ । ଏକ ରିପୋର୍ଟ ଅନୁଯାୟୀ, କଫିର ନାଁ ରହିଛି “ବ୍ଲାକ୍ ଆଇବରୀ’ । ଗୋଟିଏ କପ୍ର ଦାମ୍ ୪,୨୦୦ ଟଙ୍କାରୁ ଊଦ୍ଧ୍ୱର୍ । ହାତୀ ମଳରୁ କଫି ପ୍ରସ୍ତୁତ କରିବାର କାରଣ ହେଲା ହାତୀ ଡାଳପତ୍ର ଖାଇଥାନ୍ତି । ତେଣୁ ସେଲୁଲେସ୍ ଯୋଗୁ ଗୋବରରେ ମିଠା ଅଂଶ ଥାଏ । ତେଣୁ ଡିଙ୍କିନ୍ ଏପରି କରିବାକୁ ଆଗେଇ ଆସିଥିବା କହିଛନ୍ତି । ଡିଙ୍କିନ୍ଙ୍କ ଏହି ପ୍ରସ୍ତୁତିକୁ ନେଇ ଲୋକେ ତାଙ୍କୁ ବହୁତ ଚିଡ଼ାଉଛନ୍ତି । ଲୋକେ ତାଙ୍କୁ ବ୍ରୁ ନଂ -୨, ଗୁଡ୍ ଟୁ ଲାଷ୍ଟ ଡ୍ରପିଙ୍ଗ୍ ଆଦି ଡାକି ଚିଡ଼ାଉଛନ୍ତି । କିନ୍ତୁ ସେ ଏହାକୁ ନେଇ ଖୁବ୍ ଗମ୍ଭୀର ଥିବାବେଳେ ନିଜ କାମରେ ଲାଗିପଡ଼ିଛନ୍ତି । ଏହି କଫିର ଖାସ୍ କଥା ହେଲା ଏହା ଉଭୟ ଚା’ ଏବଂ କଫିର ସ୍ୱାଦ ଦେବ । ଏସିଆନ୍ ହାତୀଙ୍କଠାରୁ ମିଳୁଥିବା ଏହି ଗୋବରରୁ କଫି ପ୍ରସ୍ତୁତ କରାଯାଉଛି । ୩୪ କିଲୋଗ୍ରାମ ଗୋବରରୁ ୧ କିଲୋଗ୍ରାମ କଫି ପ୍ରସ୍ତୁତ କରାଯାଉଛି । ଏହାର ଦାମ୍ରୁ ଜାଣିପାରୁଥିବେ ଏହା ପଞ୍ଚତାରକା ହୋଟେଲରେ ହିଁ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ