ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ । ତାଙ୍କ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଏ । ଏଇ ଯେମିତି ଦୂବ, ଅରୁଆଚାଉଳ, ଆମ୍ବଡାଳ, ବରକୋଳି ପତ୍ର ଆଦି ଅର୍ପଣ କରାଯାଇଥିାଏ । କିନ୍ତୁ ଗଜାନନଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ । ଏହା ପଛରେ ଏକ ପୌରାଣିକ କାହାଣୀ ବି ରହିଛି । ଜାଣନ୍ତୁ ଏ ସମ୍ପର୍କରେ ।
ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ । ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ପ୍ରଭୁ ଗଣେଶ ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ । କାରଣ ଗଣେଶ ନିଜ ବିଶାଳକାୟ ଚେହେରାକୁ ନେଇ ପଶ୍ଚାତାପ କରୁଥିଲେ । ଏଣୁ ସେ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏକଥା ଦେବୀ ତୁଳସୀଙ୍କୁ ଖୁବ୍ ବାଧିଥିଲା । ତେଣୁ ସେ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ଦୁଇଟି ବିବାହ କରିବ । ଅବଶ୍ୟ ଗଣେଶ ପରବର୍ତ୍ତୀ ସମୟରେ ଏହି ଶାପ ଭୋଗ କରିଥିଲେ । ଅନ୍ୟପକ୍ଷରେ ସେବେଠାରୁ ଆଜି ପର୍ଯ୍ୟନ୍ତ ଗଶେଶଙ୍କ ପୂଜାରେ ତୁଳସୀ ଲାଗେନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ