ହାତୀ ଓଟରେ ଧାନ ମଣ୍ଡି ଉଦଘାଟିତ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଡିସେମ୍ବର ୧୬ ତାରିଖ ଦିନ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହେବା ପରିପ୍ରେକ୍ଷୀରେ ପୋଲସରା ବ୍ଲକର ହାତୀଓଟ ସେବା ସମବାୟ ସମିତିର ଧାନ ମଣ୍ଡି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ପୋଲସରା ବ୍ଲକ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୋଲସରା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ କ୍ରିଷ୍ଣା କୁମାର ମିଶ୍ର, ଯୋଗାଣ ଅଧିକାରୀ , ସ୍ଥାନୀୟ ସରପଞ୍ଚ ନାରାୟଣ ସେଠୀ, ହାତୀଓଟ ସେବା ସମବାୟ ସମିତିର ପୂର୍ବତନ ସଭାପତି କବିରାଜ ସାହୁ, ହାତୀଓଟ ସେବା ସମବାୟ ସମିତିର ସମ୍ପାଦକ ପ୍ରତାପ କୁମାର ଷଡଙ୍ଗୀ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ହାତୀଓଟ ଗ୍ରାମର ଚାଷୀ କାଳୁ ଚରଣ ସାହୁ ପ୍ରଥମେ ଧାନ ବିକ୍ରି କରିଥିଲେ। ପୋଲସରା ବ୍ଲକରେ ମୋଟ ୧୩ ଟି ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କରେ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ