ହାତ ନଥାଇ ବି ଲେଖିବାରେ ମାହିର ଦେବିକା

ନୂଆଦିଲ୍ଲୀ: ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ତାଙ୍କ ଗୋଡ ଆଙ୍ଗୁଳି କନ୍ଦିରେ ଗୋଟେ ପେନ୍ସିଲ୍ ରଖି ଦେଉଥିଲେ । ସେହି ପେନ୍ସିଲ୍କୁ ନେଇ ସେ ଦେଖୁଥିଲେ ଅନେକ ସ୍ୱପ୍ନ । ପେନ୍ସିଲ୍କୁ ଗୋଡ଼ ସାହାଯ୍ୟରେ ଗାରେଇ ଗାରେଇ ସେ ଶବ୍ଦ ଉପରେ ତ ପ୍ରସିଦ୍ଧି ଆଣିଲେ । ଏଥିସହ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି । ଦେବିକା ଦଶମ ଶ୍ରେମୀ ପରୀକ୍ଷାରେ ଏ ପ୍ଲସ୍ ଗ୍ରେଡ୍ରେ ପାସ୍ କରିଛନ୍ତି । ହାତ ନଥାଇ ଜନ୍ମ ନେଇଥିବା ଦେବିକାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଗର୍ବିତ । କେରଳ ମଲ୍ଲାପୁରମ୍ର ଦେବିକା ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି । ଶାରୀରିକ ଅକ୍ଷମତାକୁ ମନରୁ ପୋଛି ସେ ଦେଶର ବିକାଶ ପାଇଁ ସଜବାଜ ହେଉଛନ୍ତି । ଦେବିକାଙ୍କ ବାପାମାଆ ମଧ୍ୟ ଝିଅର ଶିକ୍ଷାଦାନ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଦେବିକା କାହା ସାହାଯ୍ୟ ବିନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ନିଷ୍ପତ୍ତି ନେଇଛନ୍ତି । ସବୁଠୁ ରୋଚକ କଥା ହେଉଛି, ବୋର୍ଡ ପରୀକ୍ଷା ସମୟରେ ଯେତେବେଳେ ପରୀକ୍ଷା ପ୍ରଶ୍ନ ପତ୍ର ଲେଖିବା ପାଇଁ ଦେବିକାଙ୍କୁ ଜଣେ ପିଲାର ସାହାଯ୍ୟ ଦିଆଗଲା ସେତେବେଳେ ସେ ସାହାଯ୍ୟ ନେବାକୁ ମନା କରିଦେଇଥିଲେ । ଏବେ ଦେବିକା ଏକାଦଶ ଶ୍ରେଣୀରେ ପଢୁଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ସହ ଜଣେ ଭଲ ଚିତ୍ରକର ମଧ୍ୟ । ସେ ଗୋଡ ସାହାଯ୍ୟରେ କେବଳ ଲେଖିପାରନ୍ତିନି ଚିତ୍ର ମଧ୍ୟ ଆଙ୍କିପାରନ୍ତି । ଗୋଡ଼ ସାହାଯ୍ୟରେ ସେ ରଙ୍ଗବେରଙ୍ଗର ଚିତ୍ର ଆଙ୍କି ଉଦାହରଣ ସୃଷ୍ଟି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ