ପ୍ରକଳ୍ପ ନିର୍ଦେଶକ ରଘୁନାଥପୁର ନତୋଜୀ ସୁବାଷ ଚନ୍ଦ୍ର ବୋଷ  ଆବାସିକ ବିଦ୍ୟାଳୟ(ଛାତ୍ରବାସ ) ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ  ଆବାସିକ ବିଦ୍ୟାଳୟ(ଛାତ୍ରବାସ )କୁ ପରିଦର୍ଶନ କରିଛନ୍ତି । ଆବାସିକ ବିଦ୍ୟାଳୟରେ ଥିବା  ପିଲାମାନଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବହୁ ସମୟ ଧରି ବିତାଇଥିଲେ । ସେମାନଙ୍କ ସମସ୍ତ ସୁବିଧା ଅସୁବିଧା ସମ୍ବନ୍ଧରେ ଜଣକ ଜଣ ପିଲାଙ୍କ ସହ ଆଲୋଚନା କରିଥିଲେ । ପିଲାମାନଙ୍କ ସହିତ ଯୋଗାଯୋଗ କରି ଆବାସିକ ବିଦ୍ୟାଳୟରେ ସମସ୍ତ ଜରୁରୀ ସୁବିଧା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ଇଂ ମନୋଜ କୁମାର ବେହେରା, ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି, ସମଗ୍ର ଶିକ୍ଷା ବିଭାଗର ପ୍ଲାନିଂ ସଂଯୋଜକ ସାବିତ୍ରୀବାଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ