ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ୧୫ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳିକାଟୁ ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ,ସହକାରୀ ଯନ୍ତ୍ରୀଙ୍କ ସମେତ ୧୫ ଜଣ କର୍ମଚାରୀଙ୍କୁ ରବିବାର ଏକ ଭାବପୂର୍ଣ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ହିଞ୍ଜିଳିକାଟୁ ବ୍ଲକ ପିଇଓ ସଂଘ ସଭାପତି ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ବ୍ଲକ ସମ୍ମିଳନୀ କକ୍ଷରେ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ,ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର ଓ ଜିପିଇଓ ପ୍ରଶାନ୍ତ କୁମାର ରଥ ମଞ୍ଚାସିନ ଥିଲେ। ସ୍ଥାପିତ ଅଧିକାରୀ ଦିବାଧର ପୂଜାରୀ,ବରିଷ୍ଠ ସହାୟକ ଡି. ଗୋପାଳ ରେଡ୍ଡୀ,ଜଗନ୍ନାଥ ପାଢ଼ୀ,ମନୋଜ କୁମାର ପଟ୍ଟନାୟକ,ସୁଜିତ କୁମାର ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଅଶ୍ୱିନୀ କୁମାର ସାହୁ,କିଶୋର ଚନ୍ଦ୍ର ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ଏସ.ରାଜେଶ ରାଓ,ନବୀନ ଚନ୍ଦ୍ର ମହାରଣା,ମଧୁସୂଦନ ବିଷୋୟୀ,ଲୋକନାଥ ପାଢ଼ୀ,ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ଓ ସୀମାଞ୍ଚଳ ଦାଶ ପ୍ରମୁଖ ବିଦାୟୀ ଅଧିକାରୀ ଉପସ୍ଥିତ ଥିଲେ। କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଅଧିକାରୀ ମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ପ୍ରକାରର କ୍ଷେତ୍ରୀୟ ଓ ପ୍ରଶାସନିକ ଅନୁଭୂତି ସବୁର ସ୍ମୃତି ଚାରଣ କରିଥିଲେ।ବିଡ଼ିଓ ଶ୍ରୀ ଜେନା ବିଦାୟୀ ଅଧିକାରୀ ମାନଙ୍କ ସମ୍ମିଳିତ ଉଦ୍ୟମ,ପ୍ରଶାସନିକ ନିଷ୍ଠା ଓ କର୍ତ୍ତବ୍ୟର ସଠିକ ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ।କରୋନା ମହାମାରୀ ପରିଚାଳନା,୫ଟି ରୂପାନ୍ତରଣ ବିଦ୍ୟାଳୟ ଉଦଘାଟନ ସମୟରେ ମନ୍ତ୍ରୀ ବିଧାୟକ ମାନଙ୍କ ସମାଗମ ଓ ସର୍ବୋପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁନାମ ଅର୍ଜନ କ୍ଷେତ୍ରରେ ବିଦାୟୀ ଅଧିକାରୀଙ୍କ ସମ୍ମିଳିତ ପ୍ରଚେଷ୍ଟା ବଳରେ ଶ୍ରେଷ୍ଠ ବ୍ଲକ ଭାବେ ପରିଚିତ ହେବା ଏକ ଗର୍ଵ ଓ ଗୌରବର ପ୍ରସଙ୍ଗ ବୋଲି ବକ୍ତବ୍ୟ ରଖିଥିଲେ। ସେହି ଅନୁଭୂତି ସବୁକୁ ଉପଯୋଗ କରି ନିଜ ନିଜ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ।ବ୍ଲକ ଅଧ୍ୟକ୍ଷା ବିଦାୟୀ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିପି ଦଣ୍ଡପାଣି ଦାଶ,ସହକାରୀ ଯନ୍ତ୍ରୀ ପ୍ରସନ୍ନ ଦଳାଇ,ବୃନ୍ଦାବନ ଗୌଡ଼, ସୁଶାନ୍ତ କୁମାର ମଲ୍ଲିକଙ୍କ ସମେତ ବ୍ଳକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ, ସହକାରୀ ଯନ୍ତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ