ଚିରିକିପଡ଼ା ଶାସନରେ ବିଜେଡିର ସାଙ୍ଗଠନିକ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡ଼ା ଶାସନ କାଳିଞ୍ଜି ସମାଜ କୋଠଘରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସଂଗଠକ ରଞ୍ଜନ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ୩୮ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଯୋଗଦେଇଥିଲେ । ଚିରିକିପଡା ଶାସନ ପଞ୍ଚାୟତରେ ବିଜେଡି ସଙ୍ଗଠନକୁ କିପରି ମଜବୁତ୍ କରାଯିବ ଆଲୋଚନା ହୋଇଥିଲା । ପ୍ରତି ୱାର୍ଡ ସ୍ତରରେ କମିଟି ଗଠନ କରାଯାଇ ସେହି ୱାର୍ଡର ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିବାକୁ ଠିକ କରାଗଲା। ଏଥି ସହିତ ମହିଳା ମାନଙ୍କ ସମସ୍ୟା ବୁଝିବା ନିମନ୍ତେ ମଧ୍ୟ ଏକ କମିଟି ମହିଳା ସଭାନେତ୍ରୀ କବିତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା। ବୈଠକରେ ସତ୍ୟ ନାରାୟଣ ସାହୁ, ପୀତବାସ ପ୍ରଧାନ, ସୁରେନ୍ଦ୍ର ବିଷୋୟୀ, ସିମାଞ୍ଚଳ ବିଷୋୟୀ, ଗୋବର୍ଦ୍ଧନ ବିଷୋୟୀ, ବାସୁଦେବ ନାୟକ, କୁମାରୀ ବେହେରୁକ, ସୁଲତା ନାୟକ, ସରିତା ପ୍ରଧାନ, ନିଶାମଣି ସାହୁ , ବନିତା ଖଟେଇ ପ୍ରମୁଖଙ୍କ ସମେତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ