କିଡିନି ରୋଗ ଆତଙ୍କ ହରଡବାଡିରେ ପହଞ୍ଚିଲା ଡାକ୍ତରୀଦଳ

ହାଟଡିହି, (ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ହରଡବାଡିରେ କିଡିନି ରୋଗର ଆତଙ୍କ ଦେଖାଦେଇଥିବାବେଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଗତକାଲି ଶାଳଣିଆଁ ସିଏଚସିର ମୁଖ୍ୟ ଭାରପ୍ରାପ୍ତ ଡାକ୍ତର ପ୍ରଭାତ ନାୟକଙ୍କ ନେତୃତରେ ଏକ ଡାକ୍ତରୀଦଳ ହାଡବାଡିରେ ପହଞ୍ଚି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ଡାକ୍ତରୀ ଚିଠା ଓ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ସବୁ ଦେଖିଥିଲେ । ଏପରିକି ଗାଁରେ କିଡିନି ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନେ ଖାଉଥିବା ଓଷଧପତ୍ର ଯାଞ୍ଚ କରିଥିଲେ । ସେମାନେ ବ୍ୟବହାର କରୁôତବା ପାଣିର ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇବେ ବୋଲି ଡାକ୍ତର ନାୟକ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ବର୍ଷକ ଭିତରେ ୨୦ରୁ ଉର୍ଦ୍ଧ ଲୋକ କିଡିନି ରୋଗରେ ମୃତ୍ୟୁବରଣ କରିଥିବାବେଳେ ଏବେବି ୨୦ରୁ ଉର୍ଦ୍ଧ ଆକ୍ରାନ୍ତ ଅଛନ୍ତି । ଚଳିତିବର୍ଷ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିବାରୁ ଗାଁରେ ଆତଙ୍କ ଖେଳିଯାଇଛି । ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଏନେଇ ସେ ଦୁଇ ଦୁଇଥର ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଜଣାଇଥିଲେବି କୈଣସି ପ୍ରତିକାର କରାଯାଉ ନଥିବା ସେ ଅଭିଯୋଗ କରିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ହରଡବାଡି ଗ୍ରାମକୁ ଏକ ଡାକ୍ତରୀଦଳ ପଠାଯାଇ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁସେ ଦାବି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ