ହିନ୍ଦୁ ଶକ୍ତ ସଂଗଠନ ପକ୍ଷରୁ ହିନ୍ଦୁ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତ ସଂଗଠନ ଓଡିଶା ଶାଖା ପକ୍ଷରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଡ୍ୟାନ୍ସ ଷ୍ଟୁଡିଅ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଛି । ଉକ୍ତ ସଭାରେ ମୁଖ୍ୟବକ୍ତା ପ୍ରଶାନ୍ତ ମାଲୁ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଆଲୋକ କୁମାର ବୋଷ, ଓଡିଶା ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ହୋତା, ଯଶା ମଣ୍ଡଳ ପ୍ରମୁଖ ଉପସ୍ଥିତଥିଲେ । ଉକ୍ତ ସଭା ଅନେକ ଜିଲ୍ଲାରୁ ଆସିଥିବା ସଦସ୍ୟ ସହ ହିନ୍ଦୁ ଏକତା ଓ ହିନ୍ଦୁ ସୁରକ୍ଷା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।


