ହିରୋ ମୋଟୋକର୍ପ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱତନ୍ତ୍ର ଗ୍ରାହକ ଯୋଜନା

ଭୁବନେଶ୍ୱର, : ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ପକ୍ଷରୁ କେରଳ, ଉତର କର୍ଣ୍ଣାଟକ ଏବଂ ଦକ୍ଷିଣ ମହାରାଷ୍ଟ୍ର ବନ୍ୟା ପ୍ରଭାବିତ ଅଂଚଳରେ ଗ୍ରାହକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରାଯାଇଛି ।ବନ୍ୟା ପ୍ରଭାବିତ ଅଂଚଳରେ ଥଇଥାନ ଯୋଜନା ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏହି ସୁବିଧା ସୁଯୋଗ ଉପଲବ୍ଧ କରାଯାଉଛି । ଏହି ଅବସରରେ ବିନା ଲେବର ଚାର୍ଜରେ ସର୍ଭିସ୍ ଯୋଗାଇ ଦିଆଯିବ । ତେବେ ସ୍ପେୟାର ପାର୍ଟସ୍ ଉପରେ ୩୦% ରିହାତି ପ୍ରଦାନ କରାଯିବ । ସମସ୍ତ ଯାନର ମାଗଣା ଚେକ୍ ଅପ୍ କରାଯିବା ସହିତ ଜେନୁଇନ୍ ସ୍ପେୟାର ପାର୍ଟସ୍ ଯୋଗାଇ ଦିଆଯିବ ।ଏହି ସୁବିଧା ସୁଯୋଗ ବନ୍ୟା ପ୍ରଭାବିତ ଅଂଚଳର ସମସ୍ତ ହିରୋ ମୋଟୋକର୍ପ ବିତରକ ଏବଂ ସ୍ୱୀକୃତିପ୍ରାପ୍ତ ସର୍ଭିସ୍ କେନ୍ଦ୍ରରେ ଯୋଗାଇ ଦିଆଯିବ । ଏହା ୨୦୧୯ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ହିରୋ ମୋଟୋକର୍ପ ନିଜର ସାମାଜିକ ଦାୟିତ୍ୱବୋଧକୁ ଭଲ ଭାବେ ବୁଝି ଏସବୁ ଅଂଚଳର ସ୍ଥିତି ଆକଳନ କରି ଥଇଥାନ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ