୭୪ ବର୍ଷର ବୃଦ୍ଧା ଜନ୍ମ ଦେଲେ ଯମଜ ସନ୍ତାନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରର ଏକ ହସ୍ପିଟାଲରେ ଆଜି ଜଣେ ୭୪ ବର୍ଷର ମହିଳା ଯମଜ ସନ୍ତାନ ଜନ୍ମ ଦେଇଛନ୍ତି । ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ପ୍ରକ୍ରିୟା ମାଧ୍ୟମରେ ଗର୍ଭ ଧାରଣ କରିଥିବା ମଙ୍ଗାୟମ୍ମା (୭୪) ଅହଲ୍ୟା ନର୍ସିଂ ହୋମ୍ରେ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଯମଜ ସନ୍ତାନ ଜନ୍ମ ଦେଇଥିଲେ । ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଏବଂ ଠିକ୍ଠାକ୍ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ପୂର୍ବ ଗୋଦାବରୀ ଜିଲ୍ଲାରେ ନେଲାପାତିପୋଡୁ ବାସିନ୍ଦା ମଙ୍ଗାୟମ୍ମା ବିବାହର ୫୪ ବର୍ଷ ପରେ ବି ସନ୍ତାନ ସୁଖରୁ ବଞ୍ଚିତ ଥିଲେ । ମଙ୍ଗାୟମ୍ମା ତାଙ୍କ ସ୍ୱାମୀ ୱାଇ ରାଜା ରାଓ (୮୦)ଙ୍କ ସହିତ ଗତ ବର୍ଷ ନର୍ସିଂ ହୋମର ଆଇଭିଏଫ୍ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ନର୍ସିଂ ହୋମ ଏହି ଦମ୍ପତିଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଥିଲା । ଡାକ୍ତର ନିୟମିତ ଭାବେ ମଙ୍ଗାୟମ୍ମାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିଲେ । ନର୍ସିଂ ହୋମ୍ରେ ଆଜି ସିଜରିୟାନ ମାଧ୍ୟମରେ ଜାଆଁଳା ଶିଶୁ ଦୁନିଆର ଆଲୋକ ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ