ସାବାସ ପିଡି ଡିଆରଡିଏ ୪କିମି ପାହାଡ ପାଦଚଲାରେ ଅତିକ୍ରମ କରି ତିତିଲି କ୍ଷତିଗ୍ରସ୍ତଙ୍କୁ ସମତଳରେ ଥଇଥାନ ପାଇଁ ରାଜି କରାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଉଚ୍ଚ ପାହାଡରେ ରହି ବିଭିନ୍ନ ବାତ୍ୟା ବର୍ଷା ଆଦି ସହ ଗତ ତିତିଲି ବାତ୍ୟା ସମୟରେ ସର୍ବସ୍ୱ ହରାଇ ଥିବା କ୍ଷତିଗ୍ରସ୍ତମାନେ ଦୀର୍ଘଦିନ ଧରି ପାହାଡ ଛାଡି ସମତଳକୁ ଆସି ପ୍ରଶାସନର ଥଇଥାନରେ ରହିବା ପାଇଁ ରାଜି ହେଉନଥିଲେ । ଗଜପତି ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଚଞ୍ଚଳ ରଣା ୪କିମି ପାହାଡକୁ ପାଦଚଲାରେ ଅତିକ୍ରମ କରି ପାହାଡ ଉପରେ ଜନବସତି କରିଥିବା ଲୋକଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ବୁଝାସୁଝା କରିବା ପରେ ଏମାନେ ପାହାଡ ଛାଡି ସମତଳରେ ପ୍ରଶାସନର ଥଇଥାନରେ ରହିବା ପାଇଁ ରାଜି ହୋଇଛନ୍ତି । ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଏଭଳି କାର୍ଯ୍ୟ ନେଇ ଅଞ୍ଚଳବାସୀ ତାଙ୍କୁ ବେଶ ପ୍ରଶଂସା କରିବାସହ ସାବାସୀ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୩ତାରିଖରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକଚଞ୍ଚଳ ରଣା ରାୟଗଡ ବ୍ଲକ ପାହାଡିଆ ଅଞ୍ଚଳ ୪ କି.ମି ଦୂର ପାଦରେ ଚାଲିଚାଲି ଯାଇ ତାଳମୁଣାରେ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ । ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ କ୍ଷତିରୁ ରକ୍ଷା ପାଇଁ ପାହାଡିଆ ଅଞ୍ଚଳ ଛାଡି ସମତଳ ଅଞ୍ଚଳ ଚାଲି ଆସିବା ଉପରେ ଦୀର୍ଘ ସମୟ ଧରି ଗାରମବାସୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀ ପ୍ରଥମେ ନିଜର ଦୀର୍ଘ ବର୍ଷର ଭିଟାମାଟି ଛାଡି ଆସିବାକୁ ରାଜି ନଥିବା ବେଳେ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରିବା ସହ ପିଲାଙ୍କ ଭବିଷ୍ୟତ ପାଇଁ ନିଜ ନିଷ୍ପତିରୁ ଓହରି ପିଡିଙ୍କ ଅନୁରୋଧରେ ରାଜି ହୋଇଥିଲେ । ଗଣ୍ଡାହାତୀ ପଞ୍ଚାୟତର ତାଳମୁଣା,ମୁନିସିଂ,ବାହାଡସାହି ଗ୍ରାମବାସୀ ମାନଙ୍କ ପାଇଁ ମାନଙ୍ଗବାଡଗ୍ରାମ ନିକଟରେ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ପାହାଡିଆ ଅଞ୍ଚଳକୁ କୌଣସି ଯୋଗାଯୋଗ ହୋଇପାରିନଥିବାରୁ ଗ୍ରାମବାସୀ ମାନେ ସମସ୍ତ ପ୍ରକାର ସମସ୍ୟା ବିଶେଷ କରି ସ୍ୱାସ୍ଥ୍ୟଜନତ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ମୋବାଇଲ ଫୋନ୍,ଆମ୍ବୁଲାନ୍ସ ଇତ୍ୟାଦି ପହଞ୍ଚି ପାରୁନଥିଲା ବର୍ତ୍ତମାନ ଚିହ୍ନଟ ହୋଇଥିବା ଥଇଥାନ ଅଞ୍ଚଳକୁ ସମସ୍ତ ପ୍ରକାର ଯୋଗାଯୋଗ ବ୍ୟବସ୍ଥା ସହ ସରକାରୀ ଯୋଜନା ଗୁଡିକ ଲୋକଙ୍କ ହାତ ପାଖରେ ପହଞ୍ଚିପାରିବ ବୋଲି ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଚଞ୍ଚଳ ରଣା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ