ହୀରାରେ ମୋଦିଙ୍କ ଛବି
ସୁରତର ହୀରା ବ୍ୟବସାୟୀ ଆକାଶ ସାଲିଆ ତିନି କ୍ୟାରେଟର ହୀରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଆଙ୍କିଛନ୍ତି । ସେ ପ୍ରଥମେ ହୀରାକୁ କାଟି ଭାରତ ମାନଚିତ୍ରର ଆକୃତି ଦେଇଥିଲେ । ପରେ ଲେଜର ଟେକ୍ନୋଲେଜି ସାହାଯ୍ୟରେ ସେଥିରେ ମୋଦିଙ୍କ ଛବି ଆଙ୍କିଥିଲେ । ୧୯୯୮ ମସିହାରେ ତାଙ୍କ ସମ୍ପର୍କୀୟ କିଣିଥିବା ତିନି କ୍ୟାରେଟ୍ ହୀରା ତାଙ୍କୁ ଦିନେ ମିଳିଥିଲା । ତାହାକୁ ନେଇ ସେ କାମ କରିବା ଆରମ୍ଭ କରିଦେଇଥିଲେ । ହୀରାକୁ ଆକୃତି ଦେଇ ତାହା ମଧ୍ୟରେ ମୋଦିଙ୍କ ଚିତ୍ର ଆଙ୍କିବାକୁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା । ମୋଦିଙ୍କ ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆକାଶଙ୍କୁ ବହୁତ ପ୍ରଭାବିତ କରିଛି । ଏଣୁ ହୀରାରେ ମୋଦିଙ୍କ ଛବି ଆଙ୍କିବା ପାଇଁ ଆଗ୍ରହ ହୋଇଥିଲା ବୋଲି ଆକାଶ ପ୍ରକାଶ କରିଛନ୍ତି । ସେ ଚଳିତ ମାସ ଶେଷରେ ମୋଦିଙ୍କୁ ଏହି ହୀରା ଉପହାର ଦେବେ ବୋଲି କହିଛନ୍ତି ।


